pr

ବିଦ୍ୟାଳୟସ୍ତରୀୟ ଶିଶୁ ଲିଖନ କର୍ମଶାଳା

dr. purohit

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ପୁଇଁତୋଳା ଉଚ୍ଚ ପ୍ରାଥମିକ ସ୍କୁଲରେ ବିଦ୍ୟାଳୟ ସ୍ତରୀୟ ଶିଶୁ ଲିଖନ କର୍ମଶାଳା ଶୁକ୍ରବାର ଅନୁଷ୍ଠିତ ହୋଇଥିଲା । ସ୍କୁଲ ପରିଚାଳନା କମିଟି ସଭାପତି ଅଜୟ କୁମାର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାରେ ଏଥିରେ ମୁଖ୍ୟ ଅତିଥି ବିଇଓ ଭାଗିରଥି ବେହେରା, ସମ୍ମାନୀତ ଅତିଥି ଆଇନଜୀବୀ କୈଳାଶ ଚନ୍ଦ୍ର ପଳାଇ, ମୁଖ୍ୟବକ୍ତା କବି ତଥା ସାହିତ୍ୟକ ଜ୍ୟୋସ୍ନା ରାଣୀ ଦେବୀ, ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ମନୋରମା ବେହେରା ପ୍ରମୁଖ ମଂଚାସୀନ ଥିଲେ । ପୁଇଁତୋଳା କ୍ଲଷ୍ଟର ସିଆର୍‌ସିସି ମହେଶ କୁମାର ବେହେରା, ଶିକ୍ଷକ ବିପ୍ର ଚରଣ ସାହୁ ଓ ଦାମୋଦର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଉତ୍କଳ ଦିବସ ଅବସରରେ ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଇ ଆବୃତ୍ତି, ଲିଖନ ଓ ପଠନ ଏବଂ ନୃତ୍ୟ ଓ ସଂଗୀତ ପରିବେଷଣ କରିଥିବା ବିଦ୍ୟାର୍ଥୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ପୁଇଁତୋଳା ସ୍କୁଲ ଶିକ୍ଷୟିତ୍ରୀ ଶୁଭଶ୍ରୀ ଦାସ, ରମ୍ଭା ସିଆର୍‌ସିସି ଲୋକନାଥ ବେହେରା, ନିରଞ୍ଜନ ମହାପାତ୍ର, ପ୍ରକାଶ ବେହେରା, ଗୋପାଳ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା ଆୟୋଜନ କରାଯାଇଥିଲା ।

nrusinghnath
Leave A Reply

Your email address will not be published.