om academy

ଜିଲ୍ଲାରେ କୋଭିଡର ‌ଦ୍ୱିତୀୟ ଲହର ଯୋଗୁଁ ନାମଯଜ୍ଞ ଉପରେ କଟକଣା ଜାରି କଲା ପ୍ରଶାସନ

jsm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ କରୋନା ସପ୍ସକ୍ରମଣ ବଢିବା ଦୃଷ୍ଟିରୁ ଏହାକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ଦିନ ହେବ ବିଭିନ୍ନ କଟକଣା ଲାଗୁ କରାଯାଇଛି ଏବଂ ତାକୁ କଡ଼ାକଡି ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ବରଗଡ଼ ଜିଲ୍ଲାପାଳ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ସେଥିରେ ଜିଲ୍ଲାର କୈ।ଣସି ସ୍ଥାନରେ ନାମ ଯଜ୍ଞ ହୋଇପାରିବ ନାହିଁ ବୋଲି ସୂଚିତ କରିଛନ୍ତି । ସେହିପରି ରାମ ନବମୀ, ମହା ବିଷୁବ ସଂକ୍ରାନ୍ତିରେ ରୋକ ଲଗାଯାଇ ନଥିଲେ ମଧ୍ୟ କୋଭିଡ ଗାଇଡ ଲାଇନ ଅନୁଯାୟୀ କରାଯିବାକୁ ନିର୍ଦ୍ଦେଶ ନାମା ଜାରି କରିଛନ୍ତି । ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାରା ଗୁଡ଼ିକରେ କେବଳ ଗୋଟିଏ ପ୍ରବେଶ ଏବଂ ପ୍ରସ୍ଥାନ ଦ୍ୱାର ଖୋଲା ରଖିବାକୁ କୁହାଯାଇଛି । ସେହି ସ୍ଥାନରେ କୋଭିଡ ଗାଇଡ ଲାଇନ ପାଳନ କରିବାକୁ ସୂଚୀତ କରାଯାଇଛି । ବିବାହତ୍ସୋବରେ ସର୍ବାଧିକ ୧୦୦ ଏବଂ ମୃତାହତ କାର୍ୟ୍ୟରେ ୨୦ରୁ ଅଧିକ ଲୋକ ଯୋଗଦାନ କରିପାରିବେ ନାହିଁ । ସେଥିରେ ମଧ୍ୟ କୋଭିଡ ଗାଇଡ ଲାଇନ ପାଳନ କରାଯିବାକୁ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।

Leave A Reply

Your email address will not be published.