pr

ବାଲଗୋପାଳ ସେବା ନିକେତନରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ

dr. purohit

ଜୟପାଟଣା, (ଶେଷଦେବ ବେହେରା) : ଭବାନୀପାଟଣା ସହର ଉପକଣ୍ଠରେ ଥିବା କଣ୍ଟାବାଞ୍ଜି ବାଲଗୋପାଳ ସେବା ନିକେତନରେ କଳାହାଣ୍ଡି କିସ୍‌ର ଶିକ୍ଷୟିତ୍ରୀ ସୁପ୍ରିୟା ପଣ୍ଡାଙ୍କ ଆୟୋଜନରେ ୧୧ତମ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ବ୍ରହ୍ମାନନ୍ଦ ସାମଲ ମୁଖ୍ୟ ଅତିଥି, ଅଧ୍ୟାପକ ତଥା ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ,ସାହିତ୍ୟିକ ପରମେଶ୍ୱର ମୁଣ୍ଡ ମୁଖ୍ୟ ବକ୍ତା, ସାହିତ୍ୟିକା କଳ୍ପନା ରଥ, ସବିତା ଶତପଥି ଏବଂ ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବାଲଗୋପାଳ ସେବା ନିକେତନର ପ୍ରତିଷ୍ଠାତା ହେମନ୍ତ କୁମାର ମୁଣ୍ଡ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ଏହା ପରେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ଅନୁଷ୍ଠାନର ଛାତ୍ରମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । କଳାହାଣ୍ଡି କିସ୍‌ର ସହ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଷ୍ମନ୍ତ ପ୍ରଧାନ ଆର୍ଟ ଅଫ ଗିଭିଙ୍ଗର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହାପରେ ଉପସ୍ଥିତ ଅତିଥି ଗଣ କିଟ୍‌ସ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଭଳି ଏକ ମହତ କାର୍ଯ୍ୟକ୍ରମ ପ୍ରତିବର୍ଷ କରୁଥିବାରୁ ଶ୍ରୀ ସାମନ୍ତଙ୍କୁ ପ୍ରଶଂସା କରିଥିଲେ । କଳାହାଣ୍ଡି କିସ୍‌ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁପ୍ରିୟା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଲଗୋପାଳ ସେବା ନିକେତନର ଅନ୍ତେବାସୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । କିସ୍‌ର ଶିକ୍ଷୟିତ୍ରୀ ପ୍ରିୟଦର୍ଶନୀ ପୁରୋହିତ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.