pr

ଅଂକୁର ସାହିତ୍ୟ ସଂସଦ ତରଫରୁ ଭକ୍ତି କବିତା ଆସର ଅନୁଷ୍ଠିତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ରଥଯାତ୍ରା ଅବସରରେ ବଲାଙ୍ଗିର ସନାତନ ମନ୍ଦିରଠାରେ ଅଂକୁର ସାହିତ୍ୟ ସଂସଦ ବଲାଙ୍ଗିର ତରଫରୁ ଭକ୍ତି କବିତା ଆସର ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ଡ଼ ଅଶୋକ କୁମାର ସେଠିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ କବି ନାମଯଜ୍ଞ ମିଶ୍ର ଯୋଗଦେଇଥିଲେ । ପ୍ରଭୁ ଜଗନ୍ନାଥଙ୍କଠାରେ ମଙ୍ଗଳ ଆଳତୀ ପରେ ସ୍ୱ ରଚିତ ଭକ୍ତି କବିତା ଗୁଡିକୁ କବି ମଧୁସୂଦନ ନେଗୀ, ଅନନ୍ତ ବିଶ୍ୱାଳ, ପ୍ରସନ୍ନ ମିଶ୍ର, ମଦନ ମୋହନ ରଥ, ଧୀରେନ୍ଦ୍ର ନାରାୟଣ ସିଂହଦେଓ, ରାଜ କିଶୋର ପଣ୍ଡା, ଧର୍ମବ୍ରତ ରଥ, ବଳିଷ୍ଠ ପଧାନ, ହୃଷିକେଶ ପୁରୋହିତ, କପିଳ ପତି, ଜ୍ୟୋତିରାଣୀ ମିଶ୍ର, କବିତା ମିଶ୍ର, ତପସ୍ୱିନୀ ପଶାୟତ, ନଳିନୀ ପ୍ରଭା ଶତପଥି, ଜ୍ୟୋତ୍ସ୍ନା ମୟୀ ତ୍ରିପାଠୀ, ଧର୍ମେନ୍ଦ୍ର ପଧାନ, ରାଧାକୃଷ୍ଣ ମେହେର, ଜ୍ୟୋତ୍ରିମୟୀ ତ୍ରିପାଠୀ, ସୁଷମା ଷଡ଼ଙ୍ଗୀ, ରଶ୍ମି ପାତ୍ର, ମମତା ବେହେରା, ନେପାଳ ଚନ୍ଦ୍ର ବାଗ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ବରିଷ୍ଠ ସଦସ୍ୟ ଚୂଡେଦ୍ର କୁମାର ବେହେରା ଓ ପ୍ରଦୀପ ପଶାୟତ ସହଯୋଗ କରିଥିଲେ । ସଭା ପରିଚାଳନା ଓ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ କବି ରତ୍ନମୟ ତ୍ରିପାଠୀ ।

nrusinghnath
Leave A Reply

Your email address will not be published.