କନ୍ଧାନ୍‌ ତଥା କୋଶଲୀ ଯୁବକବି ବିନାୟକ ପ୍ରଧାନୀଙ୍କ ହୃଦ୍‌ଘାତରେ ମୃତ୍ୟୁ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ଼ ବ୍ଲକ୍‌ ଅନ୍ତର୍ଗତ ମନିଗାଁର କନ୍ଧାନ୍‌ ତଥା କୋଶଲୀ ଭାଷାରେ କବିତା ଲେଖୁଥିବା ଯୁବକବି ବିନାୟକ ପ୍ରଧାନୀ(୩୫)ଙ୍କ ଆଜି ସକାଳୁ ହୃଦ୍‌ଘାତରେ ମୃତ୍ୟୁ ଘଟିଥିବା ବେଳେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ରାଜମିସ୍ତ୍ରୀ ଭାବେ କାମ କରୁଥିବା ଯୁବକବି ବିନାୟକ କନ୍ଧାନ୍‌ ତଥା କୋଶଲୀ ଭାଷାରେ କବିତା ଲେଖି ବେଶ୍‌ ସୁନାମ ଅର୍ଜନ କରିଥିଲେ । ତାଙ୍କ କବିତା ଜୁଗାର୍‌, ପର୍‌ଭା, ଝାଁପି, ବଏଠା, ନିର୍ଝରିଣୀ ଆଦି ପତ୍ରପତ୍ରିକାରେ ପ୍ରକାଶିତ ହୋଇଥିଲା । ତାଙ୍କ ବିୟୋଗରେ ଟିଟିଲାଗଡ଼ ସାରସ୍ୱତ ଜଗତ ସ୍ତବ୍ଧ ହୋଇ ଯାଇଥିବା ଜଣାପଡ଼ିଛି । କବି ସମୂହ ସ୍ୱର୍ଗତ୍‌ ବିନାୟକଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

Leave A Reply

Your email address will not be published.