oom

ଆନନ୍ଦମୟୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦହମୁଣ୍ଡାରେ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଯାପିତ

jsmm

ଭୋଗରାଇ, (ଶିବନାରାୟଣ ପାତ୍ର) : ଓଡ଼ିଶା ସରକାରଙ୍କ ନୂତନ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ଭୋଗରାଇ ବ୍ଳକ୍ ଅନ୍ତର୍ଗତ ଖରିଦପିପଳ ଗ୍ରାମପଞ୍ଚାୟତ ଅଧିନସ୍ଥ ଦହମୁଣ୍ଡା ଆନନ୍ଦମୟୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଆୟୋଜିତ ସଭାକୁ ବିଦ୍ୟାଳୟର ଅଧ୍ୟକ୍ଷା ଅଳକା ଦାସ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ ଭୋଗରାଇ ବିଧାୟକ ଅନନ୍ତ ଦାସ, ମୁଖ୍ୟ ବକ୍ତା ଭାବେ ଭୋଗରାଇ ବ୍ଳକ ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ସମ୍ମାନିତ ବକ୍ତା ଭୋଗରାଇ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ମିନାରାଣୀ ସାସମଲ, ବିଶିଷ୍ଟ ଅତିଥି ୩୦ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଗିରୀଶଚନ୍ଦ୍ର ଦତ୍ତ, ସମ୍ମାନିତ ଅତିଥିଭାବେ ସରପଞ୍ଚ ମଞ୍ଜୁରାଣୀ ବେହେରା, ପୂର୍ବତନ ପରିଚାଳନା କମିଟି ସଭାପତି ମୁରଲୀ ମୋହନ ପଟ୍ଟନାୟକ, ପୂର୍ବତନ ସମ୍ପାଦକ ତୁଷାରକାନ୍ତି ପାଣିଗ୍ରାହୀ, ନାଏବ ସରପଞ୍ଚ ବିଜୟ କୁମାର ସିଂ ପ୍ରମୁଖ ଯୋଗଦେଇ ଛାତ୍ରୀମାନଙ୍କୁ ମୂଲ୍ୟବୋଧ ଶିକ୍ଷା ସହିତ କଳା, ସଂସ୍କୃତି ଓ ପରମ୍ପରାକୁ ବଜାଇ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଅଧ୍ୟାପିକା ବସୁମତୀ ପତି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରାଧ୍ୟାପକ ସର୍ବେଶ୍ଵର ସିଟ, ଅଧ୍ୟାପକ ମନୋରଞ୍ଜନ ସୁର ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବଡ଼ ବାବୁ ରମେଶ ଚନ୍ଦ୍ର ମହାପାତ୍ର, ରାଜେଶ୍ଵରୀ ଜତି ଏବଂ ପରିଚାଳନା କମିଟିର ସଦସ୍ୟ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.