ppurohit

କଳାହାଣ୍ଡି ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ହେଲେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ପ୍ରୀତେଶ ବହିଦାର

2nd

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସବୁ ରାଜନୈତିକ ଦଳ ମାନଙ୍କରେ ଯୁବକ ମାନଙ୍କ ପ୍ରଧାନ୍ୟତା ବଢ଼ିବାରେ ଲାଗିଥିବା ବେଳେ ଦଳର ବିଭିନ୍ନ ଉତ୍ତର ଦାୟିତ୍ୱରେ ମଧ୍ୟ ପାଦ ଦେଉଥିବା ସହ ସାଙ୍ଗଠନିକ ସୁଦୃଢତାକୁ ଆହୁରି ମଜବୁତ କରିବା ପାଇଁ ଯୁବମୋର୍ଚ୍ଚା ଉପରେ ଦଳ ନିଜର ଆସ୍ଥା ଓ ବିଶ୍ୱାସ ପ୍ରକଟ କରୁଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ପ୍ରୀତେଶ କୁମାର ବହିଦାରଙ୍କ ଉପରେ ମଧ୍ୟ ଦଳ ଗୁରୁଦାୟିତ୍ୱ ନ୍ୟସ୍ତ ପୂର୍ବକ ତାଙ୍କୁ କଳାହାଣ୍ଡି ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ଭାବରେ ପଦ ଘୋଷଣା କରିଥିବା ବେଳେ, ଏହି ଘୋଷଣାକୁ ନେଇ ରାଜ୍ୟ ତଥା ଜିଲ୍ଲା ସହ ପଦ୍ମପୁର ଭାରତୀୟ ଜନତା ପାର୍ଟିରେ ଜଡିତ ଯୁବକ ମାନଙ୍କ ସହ ଅଞ୍ଚଳର ବିଭିନ୍ନ ଯୁବ ସଂଗଠନ ତରଫରୁ ମଧ୍ୟ ଶ୍ରୀ ବହିଦାରଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ଏହି ପଦ ଘୋଷଣା ପରେ ଶ୍ରୀ ବହିଦାର ଜିଲ୍ଲା ତଥା ରାଜ୍ୟର ସମସ୍ତ ନେତୃବୃନ୍ଦଙ୍କୁ ତାଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ଦେଖାଇ ତାଙ୍କ ଉପରେ ଏହି ଗୁରୁ ଦାୟିତ୍ୱର ଭାର ଦେଇଥିବାରୁ ଧନ୍ୟବାଦ ଜ୍ଞାପନ କରିବା ସହ ଆଗାମୀ ଦିନରେ ସଂଗଠନର ସୁଦୃଢତା ସହ ଦେଶର ଉନ୍ନତି ଦିଗରେ ସବୁ ବେଳେ ନିଜର ଯଥା ସମ୍ଭବ ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି ।

Leave A Reply

Your email address will not be published.