ଦ୍ବିତୀୟ ଦିନରେ ଜୀବନ ବିନ୍ଦୁ କାର୍ୟ୍ୟକ୍ରମ : ୧୯୧ ୟୁନିଟ ରକ୍ତ ସଂଗ୍ରହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ମୋ ପରିବାର ତରଫରୁ ବିଜେଡି ଦ୍ୱାରା ସମଗ୍ର ରାଜ୍ୟରେ ଜୀବନ ବିନ୍ଦୁ ନାମରେ ସ୍ୱେଚ୍ଛାକୃତ ରକ୍ତଦାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି । ସେହି କ୍ରମରେ ବଲାଙ୍ଗୀର ସଦର ମହକୁମା ଠାରେ ବିଜେଡି ତରଫରୁ ସ୍ଥାନୀୟ ପ୍ୟାଲେସ ଲାଇନ ଠାରେ ଥିବା ମୀନା ଟେଣ୍ଟ ହାଉସ ଠାରେ ଏକ ମେଗା ରକ୍ତଦାନ ଶିବିର ଉଦ୍ଘାଟିତ ହୋଇଯାଇଛି । ଆଜି ଦ୍ବିତୀୟ ଦିନର ଏହି କାର୍ୟ୍ୟକ୍ରମରେ ବଲାଙ୍ଗିର ବନଖଣ୍ଡ ଅଧିକାରୀ ସମୀର କୁମାର ଶତପଥି ଯୋଗ ଦେଇ ଦ୍ବିତୀୟ ଦିନର ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିଲେ ।


ଏହି ଅବସରରେ ମୁଖ୍ୟ ଅତିଥି ଶତପଥି ରକ୍ତଦାତାମାନଙ୍କୁ ଚାରା ଗଛ ଦେବା ସହିତ ବୃକ୍ଷରୋପଣ କରିବା ପାଇଁ ଉତ୍ସାହିତ କରିଥିଲେ । ସୁଚନା ଅନୁସାରେ, ତିନିଦିନ ଧରି ଏହି ରକ୍ତଦାନ କାର୍ୟ୍ୟକ୍ରମରେ ପ୍ରଥମ ଦିନ ୧୧୧ୟୁନିଟ ସଂଗ୍ରହ ହୋଇଥିବା ବେଳେ ଆଜି ଦେଓଗାଁ ବ୍ଲକର ସ୍ବେଛାସେବୀ ମାନେ ୧୯୧ ୟୁନିଟ ରକ୍ତଦାନ କରିବାରେ ସଫଳ ହୋଇଥିଲେ । ଏହି ଅବସରରରେ ଲଗାତାର ୩ ଦିନ ରକ୍ତ ସଂଗ୍ରହ କରାଯିବାର ଲକ୍ଷ୍ୟ ରଖାଯାଇ ଥିବା ବେଳେ ଆସନ୍ତା କାଲି ରାଜ ପରିବାରର ନେତୃବୃନ୍ଦ ଯୋଗ ଦେଇ ରକ୍ତଦାତାଙ୍କୁ ଆହୁରି ଉତ୍ସାହିତ କରିବାର ଆଶା ପ୍ରକାଶ କରିଛନ୍ତି । ଜୀବନ ବିନ୍ଦୁ କାର୍ୟ୍ୟକ୍ରମର ଜିଲ୍ଲା ସଂଯୋଜକ ସାଗର ସଙ୍ଗମ ଶତପଥି ।
ଦ୍ବିତୀୟ ଦିନର ଏହି କାର୍ୟ୍ୟକ୍ରମରେ ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର, ବିଡ଼ିସିସି ଚେଆରମାନ ଏଲ. ମେହେର , ବ୍ଲକ ସଭାପତି ସୁଶୀଲ ଚାନ୍ଦ, ଦଳର ଉପସଭାପତି ଉମାଶାଙ୍କର ସିଂ, ଶୈଳେନ୍ଦ୍ର ସାହୁ, ଦୟାନିଧି ଖମାରୀ, ଦୀପକ ବେହେରା, ଅନ୍ତର୍ଜାମୀ ବେହେରା, କୁସମଣି ମେହେର, ଜୟ ରଣା, ସୁନୀଲ ମେହେର, ହିତେଶ ଦଲାଇ ଓ ସୁଶାନ୍ତ ବାଗ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କ ସେବା ସୁଶ୍ରୁଷା କରିବା ସହ ସେମାନଙ୍କୁ ଉତ୍ସାହିତ କରଥିଲେ ।

Leave A Reply

Your email address will not be published.