ସ୍ୱାମୀ ଶିବାନନ୍ଦଜୀ ମହାରାଜଙ୍କ ୧୩୭ତମ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦି ଡିଜାଇନ୍ ଲାଇଫ ସୋସାଇଟି, ରାଉରକେଲା ଶାଖା ଆନୁକୂଲ୍ୟରେ ଛେଣ୍ଡ ସ୍ଥିତ ଶିବାନନ୍ଦ ଆଶ୍ରମ ଠାରେ ସ୍ୱାମୀ ଶିବାନନ୍ଦଜୀ ମହାରାଜଙ୍କ ୧୩୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱାମୀ ବ୍ରହ୍ମସାକ୍ଷାତକାରନନ୍ଦ ଯୋଗଦେଇ ସ୍ୱାମୀ ଶିବାନନ୍ଦଜୀଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିବା ସହ ଭାରତୀୟ ସଂସ୍କୃତି, ପରମ୍ପରା ଓ ଆଧ୍ୟାତ୍ମିକତା ଉପରେ ବକ୍ତବ୍ୟ ରଖିଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ, ସାଧନା ଦ୍ୱାରା ଆତ୍ମ ଶୁଦ୍ଧି ଓ ସିଦ୍ଧି ପ୍ରାପ୍ତ ହୁଏ । ଏହାସହ ଭାରତୀୟ ବିଚାରଧାରା, ବୈଦିକ ସନାତନ ସଂସ୍କୃତି, ପରମ୍ପରା, ଆଧ୍ୟାତ୍ମିକ ଚେତନା, ନୈତିକ ମୂଲ୍ୟବୋଧ, ଦିବ୍ୟଭାବ, ବ୍ୟକ୍ତିତ୍ୱର ବିକାଶ, ଆତ୍ମ ଜାଗୃତି ସମ୍ପର୍କରେ ଆଲୋଚନା କରିଥିଲେ । ବିଚାର ଓ ଭାବନାକୁ ଶୁଦ୍ଧ କରିବାକୁ ଚେଷ୍ଟା ନକଲେ ଆଧ୍ୟାତ୍ମିକ ଦିଗର ପାହାଚ ଟିଏ ଚଢିପାରିବ ନାହିଁ । ଏହି ଅବସରରେ ବ୍ରହ୍ମଚାରିଣୀ ପ୍ରତିଭା ଚୈତନ୍ୟ ପ୍ରାରମ୍ଭିକ ବକ୍ତବ୍ୟରେ କହିଲେ ଯେ, ସମାଜରୁ ବୈରାଗ୍ୟ ଛାଡ଼ିବାକୁ ପଡିବ । ଅନ୍ତଃକରଣ ଶୁଦ୍ଧି ହେଲେ ଆମେ ସେ ଇପ୍ସିତ ଜ୍ଞାନ ପାଇପାରିବା ବୋଲି କହିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନ ତରଫରୁ ପ୍ରଭାତ ଫେରି, ଆସନ ଓ ପ୍ରାଣାୟାମ, ଗୁରୁ ପାଦପୂଜା, ପାଦୁକା ସେବନ, ଜୟ ଗଣେଶ କୀର୍ତ୍ତନ, ଗୁରୁ ସ୍ତ୍ରୋତ, ଶାନ୍ତି ପାଠ, ହନୁମାନ ଚାଳିଶା, ଭଜନ, ସ୍ୱାମୀ ଶିବାନନ୍ଦଜୀଙ୍କ ପ୍ରଦତ୍ତ ଶିକ୍ଷା, ମହାମନ୍ତ୍ରୀ କୀର୍ତ୍ତନ, ପ୍ରସାଦ ସେବନ ଓ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ସଭାପତି ଏସ୍ କେ ମିଶ୍ର ସ୍ୱାଗତ ଭାଷଣ ରଖିଥିଲା ବେଳେ ଶେଷରେ ରବିନ୍ଦ୍ର କୁମାର ପାଣ୍ଡବ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ କବିବର ସାହୁ, ଏନ୍ ସି ମହନ୍ତ, ବି କେ ପାଣି, ପି କେ ପଣ୍ଡା, ଏସ୍ ପ୍ରଧାନ, କେ ସି ବରାଳ, ଡି ପାଢ଼ୀ, ଆର ଏନ୍ ତ୍ରିପାଠୀ,ଏନ୍ ତ୍ରିପାଠୀ, ପାଣ୍ଡବ ବେହେରା,ଏସ ଏନ୍ ବେହେରା, କେଦାର ବେହେରା, ଆର୍ ଏନ୍ ହୋତା, ଚିନ୍ମୟ ଦାସ, ୟୁ ପୃଷ୍ଟି, ଜି ବି ନନ୍ଦ, ଏସ୍ ମାନସିଂହ, ବି ମହାରଣା, ଜ୍ଜ୍ୟୋତି ମହାନ୍ତି, ପ୍ରତିମା ପାଣି, ଶ୍ରୀମତୀ ମହାପାତ୍ର, ଏସ୍ ଆର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.