ତ୍ରିରଙ୍ଗା ପତାକା ପ୍ରତି ଅସମ୍ମାନ : ଓଲଟା ଉଡିଲା ଜାତୀୟ ପତାକା

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ୭୪ତମ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ସମସ୍ତଙ୍କ ମନରେ ଆନନ୍ଦ ଭରି ହୋଇ ରହିଥାଏଥାଏ । କିନ୍ତୁ ଏହି ସମୟରେ ବେପାରୁଆ ମନୋଭାବ ରଖିବା ଓ ଜାତୀୟ ପତାକାକୁ ଅସମ୍ମାନ କରିବା ଅଞ୍ଚଳବାସୀଙ୍କୁ ସ୍ତମ୍ଭୀଭୂତ କରିଦେଇଛି । ସୁଚନା ଏହି କି ଯେ, ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଳକ ବୁଢ଼ାବାହାା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ୭୪ତମ ସ୍ଵାଧୀନତା ଦିବସରେ ତ୍ରିରଙ୍ଗା ପତାକାକୁ ଓଳଟା ଲଗାଯାଇ ଉତ୍ତୋଳନ କରିଥିବା ବେଳେ ଏହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ପତାକା ଉତ୍ତୋଳନ ପରେ ଏହା ଦୀର୍ଘ ସମୟ ଧରି ରହିବା ପରେ ତାହା ସୋସିଆଲ ମିଡ଼ିଆରେ ଘୂରି ବୁଲୁଥିବା ଜାଣି ତଥା ସ୍ଥାନୀୟ ଜନ ସାଧାରଣରେ ଉତ୍ତେଜନା ଆରମ୍ଭ ହୋଇଥିବା ଅନୁମାନ କରାଯିବା ପରେ ପତାକାକୁ ପୁଣି ଠିକ୍‌ ଭାବରେ ଲଗା ଯାଇଥିଲା । କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲକୁ ଆସିବା ପାଇଁ ବାରଣ କରାଯାଇଛି । କିନ୍ତୁ ଉକ୍ତ ଘଟଣା ପ୍ରଚାରିତ ହେବା ପରେ ସମସ୍ତ ଛାତ୍ରଛାତ୍ରୀମାନଙ୍କ ମନରେ ନିଶ୍ଚିତ ଭାବରେ ଆଘାତ ଦେଇଛି ବୋଲି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହା ଉପରେ ନିଶ୍ଚିତ ଭାବରେ ତଦନ୍ତର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Leave A Reply

Your email address will not be published.