ରେଳ ବିଭାଗର ଇଲେକ୍ଟ୍ରି ତାର ଟଣାକୁ ନେଇ ବଢୁଛି ଅସନ୍ତୋଷ : ପବନ ହେଲେ ଗଛରେ ଘଷି ହୋଇ ଜଳୁଛି ନିଆଁ

ଦେଓଗାଁ, (ମନିଷ କୁମାର ସାହୁ) : ବଲାଙ୍ଗୀର- ଟିଟିଲାଗଡ଼ ରେଳ ଲାଇନକୁ ଆଧୁନିକୀରଣ କରାଯାଇଛି । ହେଲେ ତ୍ରୁଟିପୂର୍ଣ୍ଣ ବିଦ୍ୟୁତ୍ କାମ ଯୋଗୁଁ ଆତଙ୍କିତ ଆବସ୍ଥାରେ ଜୀବନ ଯାପନ କରୁଛନ୍ତି ରେଳ ଲାଇନ କଡ଼ରେ ବାସ କରୁଥିବା ଲୋକେ । ଦେଓଗାଁ ବ୍ଲକ୍ ଛକ ଚନ୍ଦ୍ରପୁର ନିକଟରେ ରହିଛି ଏକ ବିରାଟ ପିପଳ ଗଛ । ଇଲେକ୍ଟ୍ରିକ୍‌ ସାହାର୍ଯ୍ୟରେ ଟ୍ରେନ୍‌ ଚଳାଚଳ କରିବା ପାଇଁ ଏହି ଗଛର ମଝିରେ ୨୫ ହଜାର ଭୋଲ୍ଟର ତାର ଟଣା ଯାଇଛି । ଯାହାକି ଏବେ ବିପଦପୂର୍ଣ୍ଣ ରହିଛି । ସାମାନ୍ୟ ପବନ ହେଲେ ଗଛରେ ତାର ଘଷି ହୋଇ ନିଆଁ ଜଳୁଥିବାରୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି । ଏହି ତାରକୁ ଅନ୍ୟ ବାଟ ଦେଇ ଟାଣିବା ସହ ଗଛକୁ କାଟି ଦେବାକୁ ଲୋକମାନେ ଦାବୀ କରୁଥିଲେ ବି ରେଳ ବିଭାଗର ଅଧିକାରୀମାନେ କର୍ଣ୍ଣପାତ କରୁନାହାନ୍ତି । ଏଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି।

Leave A Reply

Your email address will not be published.