oum

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୫ରୁ ଅଧିକ ଦୋକାନ

jsm

ଜଗତସିଂହପୁର : ଜଗତସିଂହପୁରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି । ଜଗତସିଂହପୁର ଜିଲ୍ଲା ସଦର ତହସିଲ ନୂଆପୋଲ ବଜାରରରେ ଘଟିଛି ଏହି ଅଗ୍ନିକାଣ୍ଡ । ଯେଉଁଠାରେ ୫ରୁ ଅଧିକ ଦୋକାନ ସମ୍ଫୂର୍ଣ୍ଣ ପୋଡିଯାଇଥିବା ଜଣାପଡିଛି । ଏହା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଯାଇଛି । ତେବେ ନିଆଁର ପ୍ରକୋପ ଦେଖି ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇ ପଡିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବା କୁହାଯାଉଛି ।

Leave A Reply

Your email address will not be published.