om academy

ବିପଦଶଙ୍କୁଳ ଅବସ୍ଥାରେ ଜଲିଆ ସେତୁ ରାସ୍ତା ଓ ରାଜ ରାସ୍ତା

jsm

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଜନସାଧାରଣଙ୍କ ସୁବିଧା ଓ ଯାନବାହାନ ଚଳାଚଳକୁ ଦୃଷ୍ଟିରେ ରଖି ସରକାର ବହୁ ଗୁଡାଏ ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ତାହା ଦ୍ୱାରା କେତେ ଉପଯୁକ୍ତ କାମ ହେଉଛି, ତାହା ତଦନ୍ତ କରିବା ନିହାତି ଜରୁରୀ । କିଛି ଦିନ ହେବ ବଲାଙ୍ଗିରରୁ ଭବାନୀପାଟଣାର ରାଜରାସ୍ତା ଏତେ ପରିମାଣରେ ଖରାପ ହୋଇଯାଇଛି ଯେ ତାହା କହିବା କଷ୍ଟକର । ରାସ୍ତା ଖରାପ ଯୋଗୁଁ ବହୁ ଯାନବାହାନ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ସଇଁନ୍ତଲା ଠାରୁ ଠିକ୍ ଛଅ କିଲୋମିଟର ଦୂରରେ ଜଲିଆ ସେତୁ ନିର୍ମାଣ କରାଯାଇଛି । ସେତୁ ନିର୍ମାଣ ଭଲ ଭାବରେ କରାଯାଇଥିବା ଅନୁମାନ କରାଯାଉଛି । କିନ୍ତୁ ସେତୁର ଠିକ୍ ପାର୍ଶ୍ଵରେ ଯାହାକି ରାଜରାସ୍ତା ଓ ସେତୁ ମଧ୍ୟରେ ଯେଉଁସମ୍ମିଶ୍ରଣ ରହିବା କଥା ତାହା ହୋଇ ପାରି ନଥିବାରୁ ବାରମ୍ବାର ଗାତ ହୋଇ ଯାଉଥିବାରୁ ବହୁ ଗାଡ଼ି ଚାଳକ ଦୁର୍ଘଟଣାର ସମ୍ମୁଖୀନ ହେବା ସହ ଗାଡିର ବହୁ କ୍ଷୟକ୍ଷତି ହେଉଛି । ଏପଟେ ବର୍ଷା ପାଣି ଜମି ରହିଥିବାରୁ ତାହା ଦେଖାଯାଇ ନ ଥାଏ । ତେବେ ଉକ୍ତ ରାସ୍ତା ଦେଇ ବହୁ ନେତା, ମନ୍ତ୍ରୀ ଏବଂ ଅଧିକାରୀ ତଥା ଦାୟି‌ତ୍ୱବାନ ବ୍ୟ‌କ୍ତିଙ୍କ ଗମନାଗମନ ହେଉଛି । ତେବେ ଏଥିପ୍ରତି ଦୃଷ୍ଟି ଦେଇ ଏହାକୁ ଯଥା ଶୀଘ୍ର ମରାମତି କରାଯିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Leave A Reply

Your email address will not be published.