
ଜୟପୁର, (କେପିଏନ୍ଏସ୍) : ଜୟପୁର ବିଜୁ ପଟ୍ଟନାୟକ ଶାନ୍ତି ଉଦ୍ୟାନ ପରିସରରେ ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ତରଫରୁ ନିଆରା ସମ୍ପର୍କ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସମ୍ପାଦକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୁଖ୍ୟ ଅତିଥି ଅଧ୍ୟାପକ ଡ.ସୁଧାଂଶୁ ଶେଖର ପଟ୍ଟନାୟକ,ସମ୍ମାନିତ ଅତିଥି ଭାବରେ ସମାଜସେବୀ ପ୍ରମୋଦ କୁମାର ରାଉଳ, ଅବିନାଶ ସାନ୍ତ୍ରାପାତ୍ର, ମମତା ପଣ୍ଡା ଯୋଗ ଦେଇଥିଲେ । ପାର୍କରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ବେଲୁନ ଫୁଙ୍କା, ବାଟି ଚାମଚ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା କରାଯାଇଥିଲା । ଚିତ୍ରାଙ୍କନରେ ଆରୁଷ ପଟ୍ଟନାୟକ ପ୍ରଥମ ଓ ଅଭୀପ୍ସା ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ବର୍ତ୍ତମାନ ଭାରତର ବୀର ସୈନିକ ମାନଙ୍କୁ ଉତ୍ସାହ ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଭାରତ ମାନଚିତ୍ର ଓ ଜାତୀୟ ପତାକା ଅଙ୍କନ କରିବାକୁ ଦିଆଯାଇଥିଲା । ଉପସ୍ଥିତ ଜନ ସାଧାରଣଙ୍କୁ ସିନ୍ଦୂର ଅପରେସନ ବିଷୟରେ ପ୍ରଶ୍ନ ପଚାରି ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଉପସ୍ଥିତ ଜନ ସାଧାରଣ ଭୂୟସୀ ପ୍ରଶଂସା କରିଥିଲେ ।