ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ହରିଶଙ୍କର ବନାଞ୍ଚଳ ପକ୍ଷରୁ ୭୨ତମ ବନମହୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଖପ୍ରାଖୋଲ ରେଞ୍ଜର ଶ୍ରୀବତ୍ସ କୁମୁରା ମୂଖ୍ୟ ଅତିଥି, ଫରେଷ୍ଟର ଡୀଲେଶ୍ଵର ହୋତା, ହରିଶଙ୍କର ଫରେଷ୍ଟର ପ୍ରିୟବ୍ରତ ମହାକୁର, ଧଣ୍ଡାମୁଣ୍ଡା ଫରେଷ୍ଟର ପିଙ୍କୁ, ରେଙ୍ଗାଲି ଫରେଷ୍ଟର କାଲସାଏ, ଖପ୍ରାଖୋଲ ଅଗ୍ନିଶମ ବିଭାଗ ଇନ୍ ଚାର୍ଜ ସୁମନ୍ତ ବାଗ, ଅଗ୍ନିଶମ ବିଭାଗ କର୍ମଚାରୀ ସୁରଜ ବୁଡେକ, ଅପ୍ତାପ ଷ୍ଟାଣ୍ଡ, ରୁଦ୍ରଦେବ ଚୌହାନ, ଜିତେନ ପ୍ରସାଦ ସାହୁ, ପ୍ରତାପ କୁମାର ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖପ୍ରାଖୋଲ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା । ପରିବେଶ ସୁରକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ କରିବା, ଗଛ ଲଗାଇବା ପାଇଁ ଲୋକଙ୍କୁ ସଚେତନ କରିଥିଲେ । ଗଛ ହିଁ ଜୀବନ ଏବଂ ବର୍ତ୍ତମାନ ସାରା ବିଶ୍ୱରେ କରୋନା ବିପତ୍ତି ସମୟରେ ଲୋକେ ଅମ୍ଳଜାନ ଅଭାବ ଦେଖାଦେଇଛି । ଜଙ୍ଗଲ ସୁରକ୍ଷା କରିବା ଏବଂ ଗଛ ଲଗାଇ ପରିବେଶ ସୁରକ୍ଷା ଦିଗରେ ସମସ୍ତଙ୍କର ସହଯୋଗ ନିତାନ୍ତ ଆବଶ୍ୟକ ରହିଛି ବୋଲି ମୂଖ୍ୟ ଅତିଥି ଶ୍ରୀ କୁମାର ମତବ୍ୟକ୍ତ କରିଥିଲେ । ଜଙ୍ଗଲ ବିଭାଗ ପକ୍ଷରୁ ଫରେଷ୍ଟ ଗାର୍ଡ ମହେନ୍ଦ୍ର କାଲସାଏ, ପଦ୍ମାବତୀ ମୁଣ୍ଡା, ବିଦ୍ୟାସେନ ପାଣିଗ୍ରାହୀ, ହିତେଶ ମାଝୀ, ଡିଇଓ ଯଶୋବନ୍ତ ସାହୁ, ଆଶିଷ ପୁଟେଲ, ତହସିଲ ବାଗଙ୍କ ସମେତ ୱାଇଲ୍ଡ ଲାଇଭ ସ୍କ୍ୱାର୍ଡ ମାନେ ଉପସ୍ଥିତ ରହି କାର୍ଯ୍ୟକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।
Next Post