centurian jitm

ଭୋକିଲା ବୋଲି ଖଣ୍ଡାରେ ହାଣି ପକାଇଲେ

ବ୍ରହ୍ମପୁର : ବର୍ବରତାର ସବୁ ସୀମା ଟପିଗଲା ମଣିଷ । ଆଗରୁ ମଣିଷକୁ ହାଣି ହତ୍ୟା କରୁଥିଲା, ଏବେ କୁକୁରକୁ ବି ହାଣିପକାଇଲା । ଶୁଣିବାକୁ ଆଶ୍ଚର୍ଯ୍ର ଲାଗୁଥିଲେ ବି ଘଟଣାଟି ସତ । ଏପରି ଘଟଣା କେଉଁ ବାହାର ରାଜ୍ୟ ଘଟିନାହିଁ । ଏହା ଆମେ ରାଜ୍ୟ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଘଟିଛି । ଦୁର୍ବୃତ୍ତମାନେ କୁକୁରଟି ଖଣ୍ଡାରେ ହାଣୁଥିବାର ଦୃଶ୍ୟ କଏଦ ହୋଇଛି । ଗତକାଲି ଭୋର ୪ଟା ୧୮ ମିନିଟରେରେ ଏକ ସ୍କୁଟରରେ ୩ ଜଣ ଦୁର୍ବୃତ୍ତ ଖଣ୍ଡା ଧରି ବ୍ରହ୍ମପୁର ଗାନ୍ଧି ନଗର ସପ୍ତମ ଲାଇନ ଦେଇ ଯାଉଥିଲେ । ଏହି ସମୟରେ କଲୋନୀରେ ଥିବା ବୁଲା କୁକୁର ସେମାନଙ୍କୁ ଦେଖି ଭୋକିଥିଲେ । କୁକୁର ଭୋକୁଥିବା ଦେଖି ଦୁର୍ବୃତ୍ତମାନଙ୍କ ମୁଣ୍ଡକୁ ବିଷ ଚଢ଼ିଯାଇଥିଲା । ଗାଡ଼ିରୁ ଓହ୍ଲାଇ ଆସି ଦୁଇ ଯୁବକ ଏକ ଖଣ୍ଡାରେ କୁକୁରକୁ ଚୋଟ ଚୋଟ ପରେ ମାରି ଚାଲିଥିଲେ । କୁକୁରଟି ଜୀବନ ବିକାଳେ ଦୌଡ଼ିବାକୁ ଲାଗିଥିଲା । ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ସିସିଟିଭିରେ ଏହି ସବୁ ଦୃଶ୍ୟ କଏଦ ହୋଇଛି । କୁକୁରଟିର ଅବସ୍ଥା ଗୁରୁତର ରହିଛି ।

Leave A Reply

Your email address will not be published.