ନିରୁପମା ନାୟକ ଓ ଦୁଷ୍ମନ୍ତ ନାୟକ ପାଇଲେ ଜ୍ଞାନଗୁରୁ ସମ୍ମାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସଂସାର ଜ୍ଞାନମୟ । ଜ୍ଞାନର ପ୍ରଦୀପରେ ଏ ଜଗତ ହୁଏ ଆଲୋକିତ । ଏହି ଜ୍ଞାନରୂପୀ ମହୋଦଧିରେ ସନ୍ତରଣ କରିବା ପାଇଁ ଆବଶ୍ୟକ ହୁଏ ଜ୍ଞାନଗୁରୁଙ୍କ ଆଶୀର୍ବାଦ । ବହୁଳ ପ୍ରସାରିତ ପାର୍ଥନା ଟେଲିଭିଜନ ଚାନେଲରେ ହେଉଥିବା ଜ୍ଞାନଗୁରୁ କାର୍ଯ୍ୟକ୍ରମରେ ରାଉରକେଲା ସେକ୍ଟର ୧୭ସ୍ଥିତ ମଧୁସୂଦନ ଶିକ୍ଷା ନିବାସର ଶିକ୍ଷୟିତ୍ରୀ ନିରୁପମା ନାୟକ ଓ ତାଙ୍କ ସ୍ୱାମୀ ଦୁଷ୍ମନ୍ତ ନାୟକ ଯୋଗଦେଇ ଜ୍ଞାନଗୁରୁ ଉପାଧି ଲାଭ କରି ରାଉରକେଲାର ଗୌରବ ବଢାଇଛନ୍ତି । ସଂଯୋଜକ ଅଭିନେତା ପୁପିନ୍ଦରଙ୍କ ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଦେଇ ଉଭୟ ଏହି ଜ୍ଞାନଗୁରୁ ଉପାଧି ଲାଭ କରିବା ସହ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡାଙ୍କ ଠାରୁ ଉପହାର ଓ ଆଶୀର୍ବାଦ ଗ୍ରହଣ କରିଥିଲେ । ଏହି ସଫଳତା ପରେ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତାମାନ ମିଳିବାରେ ଲାଗିଛି ।

Leave A Reply

Your email address will not be published.