ସଡକ ଦୁର୍ଘଟଣା : ୨ଗୁରୁତର

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ-ତୁଷୁରା ରାସ୍ତାର ଡଙ୍ଗାପଥର ଛକଠାରେ ଏକ ସାଇକେଲକୁ ବାଇକ ଧକ୍କା ଦେବାରୁ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ବଲାଙ୍ଗିର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ସୂଚନା ଅନୁସାରେ ଗତକାଲି ରାତି ଆଠଟା ସମୟରେ ଡଙ୍ଗାପଥର ଛକ ନିକଟରେ ଥିବା ଏକ ରାଇସମିଲ୍‌ରୁ କାମ ସାରି ଗଙ୍ଗାଧର ପୁରୋହିତ ସାଇକେଲ ଯୋଗେ ଫେରୁଥିଲେ । ଏହି ସମୟରେ ତୁଷୁରା ଆଡୁ ବାଇକରେ ଆସୁଥିବା ଗମ୍ଭାରିଗୁଡାର ଦିଲ୍ଲୀପ ସାହୁ ତାଙ୍କୁ ଧକ୍କା ଦେଇଥିଲେ । ଫଳରେ ଉଭୟେ ପଡିଯାଇ ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ବଲାଙ୍ଗିର ଡାକ୍ତରଖାନାକୁ ପଠାଇଥିଲେ ।

Leave A Reply

Your email address will not be published.