ଭାରସାମ୍ୟ ହରାଇ ଡ୍ରେନ୍‌ ଉପରେ ଚଢିଗଲା ହାଇୱା, ବହୁ ଉଠା ଦୋକାନୀଙ୍କ ଜିନିଷ ପତ୍ର ଛାରଖାର : ବ୍ୟବସାୟୀ ଗୁରୁତର

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ୫୯ ନଂ. ଜାତୀୟ ରାଜପଥର ବସ୍‌ଷ୍ଟାଣ୍ଡ ଓ ଆଦର୍ଶ ପୁଷ୍କରିଣୀ ନିକଟରେ ଥିବା ଡ୍ରେନ୍‌ ଉପରକୁ ଏକ ହାଇୱା ନଂ. ଓଡି-୦୨-ଏଟି -୨୮୭୭ ଭାରସାମ୍ୟ ହରାଇ ଡ୍ରେନ୍‌ ଉପରକୁ ଚଢିଯାଇଛି । ଫଳରେ ଡ୍ରେନ୍‌ ଉପରେ ଫୁଟ୍‌ପାଥରେ ବିକ୍ରି କରୁଥିବା କେତେକ ଦୋକାନ ଉପରେ ଚଢ଼ି ଯିବାରୁ ବ୍ୟାପକ ଜିନିଷ ପତ୍ର କ୍ଷୟକ୍ଷତି ହେବା ସହିତ ଏକ ଜାଲ ଦୋକାନ ଉପରେ ହାଇୱା ଚଢ଼ି ଯିବାରୁ ଦୋକାନର ସମସ୍ତ ଜିନିଷ ପତ୍ର ନଷ୍ଟ ହେବା ସହ ଦୋକାନୀ ଗୁରୁତର ହୋଇଥିବା ଜଣାପଡିଛି । ଦୋକାନୀ ଜଣକ କଲିକତା ମାଲଦା ଜିଲ୍ଲାର ରାମଶଙ୍କର ଟୋଲା ବୋଲି ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ବାଲିଗୁଡା ପୋଲିସ ପହଞ୍ଚି ଗୁରୁତର ଅବସ୍ଥାରେ ଜାଲ ବ୍ୟବସାୟୀ ଶ୍ରୀ ଟୋଲାଙ୍କୁ ବାଲିଗୁଡା ମେଡ଼ିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିବା ବେଳେ ହାଇୱା ସହ ଡ୍ରାଇଭରକୁ ପୋଲିସ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡିଛି ।

Leave A Reply

Your email address will not be published.