ବିଜେଡି ବିଧାୟକମାନଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଶଙ୍ଖ ଭବନରେ ଆୟୋଜିତ, ଦଳର ବିଧାୟକମାନଙ୍କ ପ୍ରଶିକ୍ଷଣ ଶିବିରରେ ସାମିଲ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ଅବସରରେ ସେ କହିଛନ୍ତି ଯେ, ଗଣତନ୍ତ୍ରର ଶ୍ରେଷ୍ଠ ସୁରକ୍ଷାକାରୀ ହେଉଛି ସକ୍ରିୟ ବିରୋଧୀ ଦଳ । ୫୧ଜଣ ବିଧାୟକଙ୍କୁ ନେଇ ବିଜୁ ଜନତା ଦଳ ଏକ ଶକ୍ତିଶାଳୀ ବିରୋଧୀ ଦଳ ଭାବରେ କାର୍ଯ୍ୟ କରୁଛି । ଲୋକଙ୍କ ସ୍ୱାର୍ଥ ପାଇଁ ସରକାରଙ୍କୁ ଉତ୍ତରଦାୟୀ କରିବାକୁ ବିଜୁ ଜନତା ଦଳ ପଛଘୁଞ୍ଚା ଦେବ ନାହିଁ ବୋଲି ସେ ମତ ଦେଇଥିଲେ । ସେ ଆହୁରି କହିଛନ୍ତି, ଗଣତନ୍ତ୍ରରେ ସରକାରଙ୍କର ଯେତିକି ଦାୟିତ୍ୱ ରହିଛି, ବିରୋଧୀ ଦଳର ତାଠାରୁ ଅଧିକ ଦାୟିତ୍ୱ ରହିଛି । ତେଣୁ ବିଧାନସଭାର ସମସ୍ତ ନୀତିନିୟମ ମାନି ବିଧାୟକ ଭାବରେ ନିଜ ଦାୟିତ୍ୱ ନିର୍ବାହ କରିବା ସହ ବିଭିନ୍ନ ସଂସଦୀୟ ପରମ୍ପରା ଆଦି ଉପରେ ବିଶେଷ ଧ୍ୟାନ ଦେବାକୁ ପ୍ରଶିକ୍ଷଣ ଶିବିରରେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ନବୀନ ।

Leave A Reply

Your email address will not be published.