ପୋଲିସ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ଗୁଳି ବିନିମୟ : ୧ ଆହତ, ୨ ଗିରଫ

ବଣାଇ : ବଣାଇ ଉପଖଣ୍ଡର ଚାନ୍ଦିପୋଷ ଥାନା ଅନ୍ତର୍ଗତ ମୁଣ୍ଡାସାହି ନିକଟରେ ପୁଲିସ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ଦୁର୍ବୃତ୍ତ ଆହତ ହୋଇଥିବା ବେଳେ ଅନ୍ୟ ଦୁଇ ଗିରଫ ହୋଇଥିବା ଜଣାପଡିଛି ।
ଆହତ ହୋଇଥିବା ଦୁର୍ବୁତ୍ତଙ୍କ ନାମ ବିଶ୍ବଜିତ ସାହୁ ଓ ତାହାର ବାମ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି । ତେବେ ଆହତଙ୍କୁ କଡା ସୁରକ୍ଷା ମଧ୍ୟରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ପାଖରୁ ଗୋଟାଏ ଏକେ-୪୭, ୯ଏମଏମ ପିସ୍ତଲ, ବନ୍ଧୁକ , ଗୁଳି ଓ କାର ଜବତ କରାଯାଇଥିବା ଜଣାପଡିଛି । ତେବେ ରାଉରକେଲା ଏସ୍‌ପି ଓ ପଶ୍ଚିମାଞ୍ଚଳ ଡ଼ିଆଇଜିଙ୍କ ଉପସ୍ଥିତିରେ ଅଧିକ ତଦନ୍ତ ଜାରି ରହିଛି ବୋଲି ପୁଲିସ ସୂତ୍ରରୁ ଜଣାପଡିଛି ।

Leave A Reply

Your email address will not be published.