om academy

ସାମ୍ବାଦିକ ଗୌରବ ଶିବପ୍ରସାଦ ପାଣ୍ଡିଆଙ୍କ ୧୩ତମ ଶ୍ରାଦ୍ଧବାର୍ଷିକୀରେ ଆଲୋଚନାଚକ୍ର

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିପ୍ଳବୀ କବି ସାମ୍ବାଦିକ ଗୌରବ ଶିବପ୍ରସାଦ ପାଣ୍ଡିଆଙ୍କ ୧୩ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଗୁରୁବାର ଭର୍ଚୁଆଲ ମିଟ୍‌ ଜରିଆରେ ‘କରୋନା କାଳରେ ଶୁକୁରୁ ଡୁଗୁରୁ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ବକ୍ତବ୍ୟ ରଖି ଦିଲ୍ଲୀ ସ୍ଥିତ ଇଣ୍ଡିଆନ୍‌ ଇଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଳିକ୍‌ ଆଡମିନିଷ୍ଟ୍ରେସନ୍‌ର ଆସୋସିଏଟ୍‌ ପ୍ରଫେସର ଡ. ସୁଜିତ କୁମାର ପୃଷେଠ୍‌ ବକ୍ତବ୍ୟ ରଖି ସ୍ୱର୍ଗତ ପାଣ୍ଡିଆ ଥିଲେ ସାମାଜିକ ବେଦନାବୋଧର ଏକ ମୁଖର ସ୍ୱର ବୋଲି କହିଥିଲେ । ସମାଜର ବ‌ଞ୍ଚିତବର୍ଗ ବା ଶୁକୁରୁ ଡୁଗୁରୁଙ୍କ ନ୍ୟାୟୋଚିତ ଅଧିକାର ଲାଗି ସେ ନିର୍ଭୀକ ଓ ସାଲିସବିହୀନ ଭାବେ କଲମ ଚାଳନା ସହ ଲଢେ଼ଇ କରିଥିଲେ ବୋଲି କହିଥିଲେ । ତାଙ୍କ ରଚନାବଳୀରେ ଗାନ୍ଧୀଙ୍କ ଶେଷବ୍ୟକ୍ତିର ଅଧିକାର ଓ ସମ୍ମାନ ତଥା ସନ୍ଥକବି ଭୀମଭୋଇଙ୍କ କ୍ରୋଧ ଭଳି ପରିପ୍ରକାଶ ଘଟିଥିଲା ବୋଲି କହିଥିଲେ । ଅନ୍ୟତମ ବକ୍ତା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ କରୋନା କାଳରେ ସାଧାରଣ ମଣିଷ ଆଜି ଯେତେବେଳେ ଦୁଃଖ, ତାଡନା ଓ ସର୍ବନିମ୍ନ ସେବାରୁ ବଞ୍ôଚତ ହେଉଛନ୍ତି ଠିକ୍‌ ଏତିକି ବେଳେ ସ୍ୱର୍ଗତ ପାଣ୍ଡିଆ ଅଧିକ ପ୍ରାଙ୍ଗିକ ମନେ ପଡୁଛନ୍ତି ବୋଲି କହିଥିଲେ । ଶାସନ ଓ ପ୍ରଶାସନର ଅବହେଳାକୁ ସେ ଯେଭଳି ଉଜାଗର କରୁଥିଲେ ଆଜି ପୁଣି ସେଇ ସମୟ ଉପନୀତ ହୋଇଛି ବୋଲି କହିଥିଲେ । ପ୍ରଫେସର ରବିଶଙ୍କର ପାଣ୍ଡିଆ, କବି ସନ୍ଦୀପ କୁମାର କୁଅଁର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିଭୂକଲ୍ୟାଣ ଗଡତ୍ୟା ସ୍ୱର୍ଗତ ପାଣ୍ଡିଆଙ୍କ ଜୀବନାଦର୍ଶ ଉପରେ ବକ୍ତବ୍ୟ ରଖି କରୋନା କାଳରେ ସାଧାରଣବର୍ଗଙ୍କ ସଂଘର୍ଷ ଓ ଦାରୁଣ ଦୁଃଖ ଉପରେ ବିସ୍ତୃତ ଆଲୋଚନା କରିଥିଲେ । କରୋନା ମହାମାରୀ ମଣିଷକୁ କିଭଳି ଗଭୀର ସଙ୍କଟ ଭିତରକୁ ଠେଲି ଦେଇଛି ବୋଲି କହିବା ସହ ଏବେକାର ପରିସ୍ଥିତିରେ ଶାସନତନ୍ତ୍ରର କର୍ତ୍ତବ୍ୟ କିଭଳି ହେବା ଉଚିତ୍‌ କହିଥିଲେ । ଭର୍ଚୁଆଲ ଆଲୋଚନାଚକ୍ରକୁ ବୀରେନ୍ଦ୍ର କୁମାର ଝାଙ୍କର ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବିଜୟ ମହାପାତ୍ର, ସୁବାସ ଠାକୁର, ମୀରା ଠାକୁର, ଅଜିତ ଯୋଷୀ, ସରିତା ଆଚାର୍ଯ୍ୟ ଏବଂ ଜାଗୃତି ମିଶ୍ର ଯୋଗଦାନ କରିଥିଲେ ।

Leave A Reply

Your email address will not be published.