ଲୁଟ୍ ଯୋଜନା କରି ମହିଳାଙ୍କ ସହ ପ୍ରେମିକ ଗିରଫ

କଟକ : ଲୁଟ ଯୋଜନା କରି ଗିରଫ ହେଲେ ଘରୋଇ ଫାଇନାନ୍ସ କମ୍ପାନୀର ମହିଳା ଏଜେଣ୍ଟ । ମହିଳାଙ୍କ ସହ ତାଙ୍କ ପ୍ରେମିକଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ନାବାଳକଙ୍କୁ ଅଟକ ରଖିଛି ଲାଲବାଗ ପୋଲିସ । ଗରିଫ ଅଭିଯୁକ୍ତ ହେଲେ ପିଙ୍କି ଓରଫ ପ୍ରିୟଙ୍କା ସାହୁ ଓ ତାଙ୍କ ପ୍ରେମିକ ପୁଚୁ ଓରଫ ଅରବିନ୍ଦ ନାୟକ । ସୂଚନା ଅନୁସାରେ ପ୍ରିୟଙ୍କା ଏକ ଘରୋଇ ଫାଇନାନ୍ସ କମ୍ପାନୀରେ ଏଜେଣ୍ଟ ଭାବେ କାମ କରନ୍ତି । ତେବେ ପିଙ୍କିଙ୍କର ଟଙ୍କା ଆବଶ୍ୟକ ପଡିବାରୁ ସେ ନିଜ ପ୍ରେମିକ ସହ ମିଶି ଲୁଟ ଯୋଜନା କରିଥିଲେ । ତେବେ ପିଙ୍କି ଟିଭିରେ ଦେଉଥିବା କ୍ରାଇମ ପେଟ୍ରୋଲ ଦେଖିବା ସହ ଏହି ଲୁଟ ପାଇଁ ଯୋଜନା କରିଥିଲେ । ଦୁଇ ଦିନ ତଳେ ଅର୍ଥାତ ଗତ ୨ ତାରିଖରେ ପିଙ୍କି ନିଜ ଅଫିସ ସୁପର ଭାଇଜର ସାଦିୟା ଖାତୁନଙ୍କୁ ଟଙ୍କା ନେବା ପାଇଁ ସୂତାହାଟ ଚର୍ଚ୍ଚ ନିକଟକୁ ଡକାଇଥିଲା । ସଦିୟା ପହଞ୍ଚିବା ପରେ ଦୁଇଜଣ ବ୍ୟକ୍ତି ହଠାତ ବାଇକରେ ଆସି ସଦିୟାଙ୍କ ପାଖରେ ଥିବା ଟଙ୍କା ବ୍ୟାଗ ଲୁଟ କରି ନେଇଥିଲେ । ତେବେ ଲୁଟ ନେଇ ସଦିୟା ଲାଲବାଗ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ । ତେବେ ତଦନ୍ତ ସମୟରେ ପୋଲିସ ପିଙ୍କିଙ୍କ ଉପରେ ସନ୍ଦେହ କରିବା ସହ ସେ ଦିଗରେ ତଦନ୍ତ କରିବାରୁ ଲୁଟ କଥା ମାନି ନେଇଥିଲେ ପିଙ୍କି । ତେବେ ଏହି ଘଟଣାରେ ପିଙ୍କିଙ୍କ ସମେତ ଟଙ୍କା ଲୁଟ କରିଥିବା ତାଙ୍କ ପ୍ରେମିକ ପୁଚୁଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ନାବାଳକଙ୍କୁ ଅଟକ ରଖିଛି । ପିଙ୍କିଙ୍କ ଠାରୁ ୩୫ ହଜାର ଟଙ୍କା ଜବତ କରିଛି । ତେବେ ଟଙ୍କା ଆବଶ୍ୟକ ଥିବାରୁ ଏଭଳି ଲୁଟ କରିଥିବା ପୋଲିସ ଆଗରେ ପିଙ୍କି ସ୍ୱୀକାର କରିଛନ୍ତି ।

Leave A Reply

Your email address will not be published.