om academy

ହାତୀଦାନ୍ତ ଜବତ : ୧୧ ଗିରଫ

jsm

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ବନଖଣ୍ଡ ଅଧୀନ ବନଗାଁରୁ ଚାଲାଣ ପାଇଁ ରଖାଯାଇଥିବା ହାତୀଦାନ୍ତକୁ ବନବିଭାଗ ଜବତ କରିଛି । ହାତୀଦାନ୍ତ ଚେରାଚାଲାଣ ଅଭିଯୋଗରେ ବନବିଭାଗର କର୍ମଚାରୀମାନେ ୧୧ ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ରାମେଶ୍ୱର ନାୟକ (୫୧), ବିରଜା ମୁଣ୍ଡା (୪୦), ପ୍ରକାଶ ଚନ୍ଦ୍ର ମହାକୁଡ଼ (୪୦), ସୁଗୁଡ଼ା ହେମ୍ବ୍ରମ (୩୪), ରାମଚନ୍ଦ୍ର ପାତ୍ର (୬୧), ପ୍ରୀତିକାନ୍ତ ମହନ୍ତ (୨୭), ରଂଜନ ମହାନ୍ତ (୪୮), ଦୁଷ୍ମନ୍ତ ପାତ୍ର (୫୮), ବିଦ୍ୟାଧର ପାତ୍ର (୪୮) ପ୍ରମୁଖ । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ହାତୀଦାନ୍ତ ଜବତ କରିବା ପାଇଁ ବନବିଭାଗ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା । ସହକାରୀ ବନ ସଂରକ୍ଷକ ସୌମ୍ୟରଂଚନ ଗୋଚ୍ଛାୟତଙ୍କ ନିର୍ଦ୍ଦେଶରେ କର୍ମଚାରୀମାନେ ବଡ଼ଗାସ୍ଥିତ ରାମେଶ୍ୱର ନାୟକଙ୍କ ଘରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ୩ କିଲୋ ଓଜନର ହାତୀଦାନ୍ତ ଜବତ ହୋଇଥିଲା । ଚଢ଼ାଉରେ ବନାଞ୍ଚଳ ଅଧିକାରୀ ଜ୍ଞାନେନ୍ଦ୍ର ଲିମା, ସେତୁ ରଂଜନୀ ଗମାଙ୍ଗ, ଏସ୍‌ଟିଏସ୍‌ ରିତାଞ୍ଜଳୀ ଶତପଥୀ, ବନପାଳ ପ୍ରଦୀପ କୁମାର ସାହୁ, ବନରକ୍ଷୀ ଅଳିଅଳ ବେହେରା, ଯଶୋଦା ମହାନ୍ତ, ରାଜେଶ ଜ୍ୟୋତିଷି, ବିଶ୍ୱଜିତ ପଣ୍ଡା, ସମୀର ପାତ୍ର, ପ୍ରବୀଣ ଆଚାର୍ଯ୍ୟ, ଗୋବିନ୍ଦ ମହାପାତ୍ର ଓ ଉମେଶ ମହାପାତ୍ର ଥିଲେ ।

Leave A Reply

Your email address will not be published.