oom

ଟୁପାଉଡ଼ାର, ଲେବଡା ଓ ଗଁରେଇ ପଞ୍ଚାୟତରେ ବିଜେଡ଼ି ଦଳ ପକ୍ଷରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଶୁକ୍ରବାର ଦିନ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ଅଧିନସ୍ଥ ଟୁପାଉଡାର, ଲେବଡା ଓ ଗଁରେଇ ପଞ୍ଚାୟତର ସମସ୍ତ ଗ୍ରାମ ଗୁଡିକରେ ଘରେ ଘରେ ଶଙ୍ଖ ଓ ମୁଖ୍ୟମନ୍ତ୍ରୀଙ୍କ ଜନ ହିତକର ଯୋଜନାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ବଲାଙ୍ଗିର ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପାଣ୍ଠି ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ମାଝିଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସାମିଲ ହୋଇଥିଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ତଥା ପୂର୍ବତନ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ । କାର୍ଯ୍ୟକ୍ରମ ଗୁଡ଼ିକରେ ଶହ ଶହ କର୍ମୀ ଚାରୋଟି ପଞ୍ଚାୟତ ପରିକ୍ରମା କରିଥିଲେ ଏବଂ ପ୍ରତି ଘରେ ଘରେ ଶଙ୍ଖ ଚିହ୍ନ ଲଗାଇଥିଲେ । ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଦୁଷ୍ମନ୍ତ ନାଗ, ପିଙ୍କି ଖରସେଲ, ପଦ୍ମା ସରାଫ, ବିଟୁ ସାଙ୍ଘା, ଯୋଗେନ୍ଦ୍ର ଗହୀର, ନୀଳାଞ୍ଚଳ ବାଗ, ପ୍ୟାରିଲାଲ ନାଗ, ଉଆଁସୁ ପୁଟେଲ, ନିତ୍ୟା ନାଗ, ସୁନ୍ଦର ବାଗ, ରୁଦ୍ର ବାଗ, ଅନ୍ତର୍ଯ୍ୟାମୀ ବାଗ, ସନ୍ଥ ଛୁରା, ନର୍ବେ ହାତୀ, ଦିନ ଟାକ୍ରୀ, ଧନଞ୍ଜୟ ଛୁରା, ଦୈତାରୀ ଭୋଇ, ନରେନ୍ଦ୍ର ମହାରଣା, ବରୁଣ ଲୁହା, ଶ୍ରୀଧର ମାଝୀଙ୍କ ସହିତ ଶହ ଶହ ମହିଳା ଓ ପୁରୁଷ ଓ ସ୍ୱୟଂ ସହାୟିକା ଦଳ ଗୁଡିକ ଯୋଗ ଦେଇଥିଲେ । ପ୍ରତି ଗ୍ରାମ ଓ ପ୍ରତି ଦ୍ୱାର ବୁଲି ମୁଖ୍ୟ ଅତିଥି ଶ୍ରୀ ଜୈନ ମହୋଦୟ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମକୁ ସଫଳ କରିବା ସହିତ ବିଭିନ୍ନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ହିତାକାଂକ୍ଷୀ ଯୋଜନାକୁ ବୁଝାଇଥିଲେ । କାର୍ଯ୍ୟକ୍ରମକୁ ସମ୍ପୂର୍ଣ ରୂପେ ସଫଳ କରଥିବାରୁ ଶ୍ରୀ ଜୈନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

jittmm
Leave A Reply

Your email address will not be published.