pr

ନୂଆ ସମ୍ବଲପୁରୀ ଆଧୁନିକ ଗୀତ ଦିଲ୍ ଜିଗର୍ ୟୁଟ୍ୟୁବରେ ଭାଇରାଲ୍

dr. purohit

ବଲାଙ୍ଗିର : ଜନକ ସେଠ୍ ଅଫିସିଆଲ୍ ୟୁଟ୍ୟୁବ ଚେନାଲ୍‌ର ପ୍ରଥମ ସମ୍ବଲପୁରୀ ଆଧୁନିକ ଗୀତ ଦିଲ୍ ଜିଗର୍ ୟୁଟ୍ୟୁବରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।ଏହି ଚେନାଲ୍‌ର ପ୍ରଥମ ସମ୍ବଲପୁରୀ ଆଧୁନିକ ଗୀତକୁ ଲୋକେ ବହୁତ ପସନ୍ଦ କରିଛନ୍ତି ।ଏହି ଗୀତକୁ ଲେଖିଛନ୍ତି ଗୀତିକାର ଜନକ ସେଠ୍ ଏବଂ ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଶୈଳେଶ ସାମଲ୍ ।ଏହି ଗୀତକୁ ଗାଇଛନ୍ତି ସମ୍ବଲପୁରୀ ରୋମାଣ୍ଟିକ କିଂଗ ଉମାକାନ୍ତ ବାରିକ୍ । ଏହି ଗୀତର ପ୍ରଯୋଜକ ହେଲେ ଆଦିତ୍ୟ ସେଠ୍ ଏବଂ ସଞ୍ଜୟ ସାହୁ । ଏହି ନୁଆ ୟୁଟ୍ୟୁବ ଚେନାଲ ଜନକ ସେଠ୍ ଅଫିସିଆଲ୍‌ରେ ଆଗକୁ ବହୁତ ଗୁଡ଼ିଏ ଗୀତ ସହିତ କିଛି ପ୍ରେରଣାଧର୍ମୀ କାର୍ୟ୍ୟକ୍ରମ ଆରମ୍ଭ ହେବ ବୋଲି ଚେନାଲ୍ ମୁଖ୍ୟ ଜନକ ସେଠ୍ ସୂଚନା ଦେଇଛନ୍ତି ।

nrusinghnath
Leave A Reply

Your email address will not be published.