କୋରାପୁଟ : ୧୦ ଲକ୍ଷ ଟଙ୍କାର ଗଞ୍ଜେଇ କରିବାରେ ସଫଳ ହୋଇଛି ପୋଲିସ ବୋଲି ଖବର ମଳିଛି । ସୂଜନା ଯୋଗ୍ୟ ଯେ, ଗଞ୍ଜେଇ କାରବାର ହେଉଥିବା ନେଇ ଖବର ପାଇବା ପରେ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ ଏବଂ ନନ୍ଦପୁର ଏସ୍ଡିପିଓଙ୍କ ନେତୃତ୍ବରେ ଏକ ଟିମ ଲମତାପୁଟ ଠାରୁ ୫କିଲୋମିଟର କଡରି ଗାଁ ନିକଟରର ରାତ୍ରି ପେଟ୍ରୋଲିଂ କରୁଥିଲେ । ଠିକ ସେହି ସମୟରେ ଆନ୍ଧ୍ର ସୀମାନ୍ତ ପାଡୁଆ ଅଞ୍ଚଳରୁ ଏକ ଟ୍ରାକ୍ଟର ଓ ବୋଲେର ପିକୋପ ଭ୍ୟାନକୁ ଅଟକ ରଖି ଯାଞ୍ଚ କରିଥିଲେ । ତେବେ ଗଂଜେଇ ଚୋରା ଚାଲାଣ ହେଉଥିବା ନେଇ ପୋଲିସ ୨ଟି ଗାଡିକୁ ଯାଞ୍ଚ କରୁଥିବା ସମୟରେ ଗଂଜେଇ ମାଫିଆ ଓ ଡ୍ରାଇଭର ଅନ୍ଧାରର ସୁଯୋଗରେ ପୁଲିସ କବଳରୁ ଖସି ଯାଇଥିଲେ । ପରେ ଜବତ ୨ଟି ଗାଡି ସହ ଲମତାପୁଟ ଥାନାରେ ଜବତ ଗଞ୍ଜେଇକୁ ଓଜନ କରାଯାଇଥିଲା । ୨ଟି ଗାଡିରୁ ୩୩୯ କେଜି ଓଜନର ଗଞ୍ଜେଇ ବାହାରିଥିବା ବେଳେ ଏହାର ହାରାହାରି ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି । ପାଡୁଆ ଅଞ୍ଚଳରୁ ଜୟପୁର ଅଞ୍ଚଳକୁ ଗଞ୍ଜେଇ ଚୋରାଚାଲାଣ କରାଯାଉଥିବା ନେଇ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାଯାଇଛି । ତେବେ ଏନେଇ ପୋଲିସ କାହାକୁ ଗିରଫ କରି ନାହିଁ ବୋଲି ଜଣାପଡିଛି ।