oom

ଗାଡିକୁ ପିଟିଲା ଗାଡି : ଅଳ୍ପକେ ବର୍ତ୍ତିଲେ ସାଇକେଲ ଆରୋହୀ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ୨୬ ନିକଟରେ ଏକ ଅଭାବନୀୟ ଘଟଣାରୁ ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ଜଣେ ସାଇକେଲ ଆରୋହୀ । ସୂଚନା ମତେ ସ୍ଥାନୀୟ ବରଗାଁ ଛକର ଏକ ଚାହା ଦୋକାନ ନିକଟରେ ଓଡ଼ି୦୩ଜେ୩୪୮୭ ଗାଡିକୁ ଅଟକାଇ କିଛି ସାମଗ୍ରୀ ନେବା ପାଇଁ ଗାଡି ମାଲିକ ଯାଇଥିଲେ ହେଲେ ଦ୍ରୁତ ଗତିରେ ଆସୁଥିବା ଅନ୍ୟ ଏକ ଗାଡି ଓଆର୦୩ଏ୪୨୩୧ ଉକ୍ତ ଗାଡିକୁ ଧକ୍କା ଦେଇଥିଲା । ହେଲେ ଭାଗ୍ୟ ବଶତଃ ଗାଡିରେ କେହି ନଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଯାଇଥିଲେ ଗାଡି ମାଲିକ । ଅନ୍ୟପଟେ ସେହି ରାସ୍ତା ଦେଇ ଆସୁଥିବା ଜଣେ ସାଇକେଲ ଆରୋହୀଙ୍କ ଉପରେ ଗାଡି ଚଢି ଯାଇଥିଲା ହେଲେ ସାଇକେଲ ଚାଳକ ଜଣକ ନିଜ ଜୀବନକୁ ବଞ୍ଚାଇବା ପାଇଁ ସେହି ସ୍ଥାନରୁ ସାଇଟ୍‌ ହୋଇଯାଇଥିଲେ । ହେଲେ କାହାର ମଧ୍ୟ କୌଣସି କ୍ଷତି ଘଟି ନଥିବା ଜଣାପଡିଛି । ତେବେ ଖବର ପାଇବା ପରେ ଘଟଣା ସ୍ଥାନରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

jittmm
Leave A Reply

Your email address will not be published.