ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ଓ ଗାୟତ୍ରୀ ପରିବାର ତରଫରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ବୃକ୍ଷରୋପଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନରାମଚନ୍ଦ୍ରପୁର ପଞ୍ଚାୟତର ହରିପୁର-ବୁରୁଡି ସ୍ଥିତ ଲଙ୍ଗଳେଶ୍ୱର ଉଚ୍ଚ ବିଦ୍ୟାଳୟ ଓ ଝାରେଡି ରାଧାଗୋବିନ୍ଦପୁର ପଞ୍ଚାୟତର ଝାରେଡି ସ୍ଥିତ ଉଚ୍ଚ ବିଦ୍ୟାଳୟ ପରିସରରେ ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ଓ ଗାୟତ୍ରୀ ପରିବାର ବିଶ୍ୱମଙ୍ଗଳ ଗୋ- କଲ୍ୟାଣ ସମିତିର ମିଳିତ ସହଯୋଗରେ ୭୨ ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏହି ଉଭୟ ଶିକ୍ଷାନୁଷ୍ଠାନରେ ମୁଖ୍ୟ ଅତିଥି ଭାବରେ ଗଞ୍ଜାମ ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ ଚନ୍ଦ୍ର ବେହେରା,ସମ୍ମାନୀତି ଅତିଥି ଭାବେ ରମ୍ଭା ବନାଞ୍ଚଳ ଅଧିକାରିଣୀ ରଶ୍ମିତା ଜେନା, ସି.ଆର.ସି.ସି. ଅଭିରାମ ନାୟକ, ସାନରାମଚନ୍ଦ୍ରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ବେହେରା, ମୁଖ୍ୟ ବକ୍ତାଭାବେ ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ ଯୋଗ ଦେଇ ବୈଶ୍ୱିକ କରୋନା କାଳରେ ପ୍ରକୃତି, ପରିବେଶ ସହିତ ବନ ମହୋତ୍ସବର ଆବଶ୍ୟକତା ଓ ପରିବେଶ ପ୍ରତି ଆମର ଦାୟିତ୍ୱବୋଧତା ଉପରେ ଆଲୋକପାତ କରିଥିଲେ । ଲଙ୍ଗଳେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ପବିତ୍ର ବୃକ୍ଷରୋପଣ କାର୍ୟ୍ୟକ୍ରମରେ ପ୍ରଧାନ ଶିକ୍ଷକ ସୁଜିତ କୁମାର ପଣ୍ଡା, ଶିକ୍ଷକ ରୂପକ କୁମାର ସାହୁ, ମମତା ନାୟକ, ବିକ୍ରମ କୁମାର ନାହାକ, ପ୍ରଭାତ କୁମାର ନାହାକ, ରାଧାକୃଷ୍ଣ ଦଳାଇ, ଶିବପ୍ରସାଦ ଦାଶ, ସୁରେଶ ଚନ୍ଦ୍ର ଦଳାଇ ଉପସ୍ଥିତ ରହି ବୃକ୍ଷରୋପଣ କରିଥିବାବେଳେ ଝାରେଡି ସ୍ଥିତ ଗାଣ୍ଡୁ ନାହାକ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଝାଡ଼େଶ୍ୱର ପଲାଇ, ଶିକ୍ଷକ ବିରଞ୍ଚି ନାରାୟଣ ନାୟକ, ରମେଶ ଚନ୍ଦ୍ର ସାହୁ, ସୁଧୀର କୁମାର ନାହାକ, ସୁରେଶ ନାୟକ, ସିମାଞ୍ଚଳ ବେହେରା, ପ୍ରମୋଦ କୁମାର ନାହାକ, ମୋଚିରାମ ବେହେରା ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ । ଗାୟତ୍ରୀ ପରିବାର ବିଶ୍ୱ ମଙ୍ଗଳ ଗୋ-କଲ୍ୟାଣ ସମିତିର ମୁଖ୍ୟ ସଂଯୋଜକ ପଞ୍ଚାନନ ଖଟୁଆ ଓ ପ୍ରକୃତିବନ୍ଧୁ ଶିକ୍ଷକ ଶେଷଦେବ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ବୃକ୍ଷରୋପଣ କାର୍ୟ୍ୟକ୍ରମକୁ ବନରକ୍ଷୀ ଛବିରାଣୀ ବେହେରା, ବନ କର୍ମଚାରୀ ଚିନ୍ତାମଣି ବେହେରା, ଅର୍ଜୁନ ପାତ୍ର,ଉମାକାନ୍ତ ସାହୁ, ଲମ୍ବୋଦର ମହାନ୍ତି, ନରେନ ସାହୁ ପରିଚାଳନା କରିଥିଲେ । ବନମହୋତ୍ସଵର ତୃତୀୟ ଦିବସରେ ଉଭୟ ବିଦ୍ୟାଳୟ ପରିସରରେ ଅଁଳା, ଲେମ୍ବୁ, ପିଜୁଳି, କଦମ୍ବ ,ବାଦାମ ପରି ଶତାଧିକ ଚାରା ରୋପଣ କରାଯାଇଥିଲା ।

jittmm
Leave A Reply

Your email address will not be published.