pr

କୃଷ୍ଣଚୁଡା ଇକୋ କ୍ଳବ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବନ୍ଧପଡାରେ ବନ ମହୋତ୍ସବ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଳା ବ୍ଳକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡାରେ କୃଷ୍ଣଚୁଡା ଇକୋକ୍ଳବ ତରଫରୁ ୭୨ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ୟାମସୁନ୍ଦର ବଗର୍ତ୍ତୀଙ୍କ ସଭାପତିତ୍ୱରେ ଭାରପ୍ରାପ୍ତ ପ୍ରାଧାନ ଶିକ୍ଷକ ଯୋଗୀନ୍ଦ୍ର ମହାପାତ୍ର ଅତିଥି ପରିଚୟ କରିଥିଲେ ଏବଂ ଜୁନିୟର ରେଡକ୍ରସର ମାର୍ଗ ଦର୍ଶକ ତଥା ପ୍ରକୃତିବନ୍ଧୁ ଆନନ୍ଦ ବଡପଣ୍ଡା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଇକୋକ୍ଳବର ମୁଖ୍ୟ ସାଧନକର୍ମୀ ପ୍ରକୃତିବନ୍ଧୁ ରାମଜୀ ଉଚ୍ଚ ବିଦ୍ୟାଳୟ, କୁରୁଲର ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ମୁଖବକ୍ତା ଭାବେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ସାହୁ, ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ସଭ୍ୟ ତରିଣୀସେନ ସୁନା ଯୋଗ ଦେଇଥିଲେ । କୋଭିଡ ନିୟମ ଅନୁସାରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ବୃକ୍ଷ ରୋପଣ କରିଥିଲେ । ପ୍ରାୟ ୬୦ଗୋଟି ମାଟି କୁଣ୍ଡରେ ଏକ୍ସମାସ ଟ୍ରି, ରଜନୀଗନ୍ଧା, କାମିନୀ, ଏକଜୁରିଆ, ସ୍ୱର୍ଣଚମ୍ପା, ଭିକ୍ଟୋରିଆ, ନାଇଟକୁଇନ, ଗୋଲାପ, ସୁଗନ୍ଧରାଜ, ରବର, ପାମ ଆଦି ଗଛ ଲଗାଇବା ସହିତ ଅମୃତଭଂଡା, ଲେମ୍ବୁ ମଧ୍ୟ ଲଗାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଛାତ୍ରଛାତ୍ରୀ ରଘୁବଂଶ ପଧାନ, ଭାସ୍କର ଗୁରୁ, ରମାକାନ୍ତ ବଗର୍ତ୍ତୀ, ସତ୍ୟପ୍ରିୟ ନାଏକ, ଲୁହାବୀର ଷାଣ୍ଢ, ସୁଶୋଭିତା ଗୁରୁ, ମନିଷା ନାଏକ, ଜ୍ୟୋତିର୍ମୟୀ ପଧାନ, ତୃପ୍ତିମୟୀ ପଧାନ, ମୁନି ଷାଣ୍ଢ, ଶିବାନୀ ପଧାନ, ସଙ୍ଗୀତା ପଧାନ, ଦୀପ୍ତୀମୟୀ ପଧାନ ଯୋଗ ଦେଇଥିଲେ । ସୁଶ୍ରୀ ସୁଶୋଭିତା ଗୁରୁ ନିଜର ବକ୍ତବ୍ୟ ରଖିଥିଲେ । କାର୍ୟ୍ୟକ୍ରମରେ ଶିକ୍ଷକ ସଂକିର୍ତ୍ତନ ତ୍ରିପାଠୀ, ଅଜିତ କୁମାର ଗୁରୁ, ଗଜୀନ୍ଦ୍ର ନାଏକ, ପବିତ୍ର ମୋହନ ପଧାନ, ହରିବୋଲ ପଧାନ ସହଯୋଗ କରିଥିଲେ । ପରିଶେଷରେ ଖେଳ ଶିକ୍ଷକ ପ୍ରବୀଣ ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.