କାର ଓ ବାଇକ ମୁହାଁମୁହିଁ : ଘଟଣା ସ୍ଥଳରେ ବାଇକ ଚାଳକ ମୃତ, କାର ଚାଳକ ଗୁରୁତର

ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ତୁଷୁରା-ରାମପୁର ମୁଖ୍ୟ ରାସ୍ତା ସ୍ଥିତି ମିଶ୍ର ଢ଼ାବା ଠାରେ କାର ଓ ବାଇକ ମୁହାଁମୁହିଁ ହୋଇ ଥିବାବେଳେ ଧକ୍କାରେ ବାଇକ ଚାଳକଙ୍କ ଘଟଣା ସ୍ଥାନରେ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ କାର ଡ୍ରାଇଭର ଗୁରୁତର ଅବସ୍ଥାରେ ଥିବା ବେଳେ ତାଙ୍କୁ ବଲାଙ୍ଗିର ଭିମ ଭୋଇ ମେଡ଼ିକାଲ କଲେଜକୁ ନିଆଯାଇ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି ।

ସଇଁନ୍ତଲା ବ୍ଳକର ଶ୍ରୀକାନ୍ତ ଭୋଇ(୩୨) କୋରିୟର ସେଣ୍ଟରରେ କାମ କରୁଥିଲେ । ସେ ବିଭିନ୍ନ ଲୋକଙ୍କ ସାମଗ୍ରୀ ଲୋକଙ୍କ ପାଖକୁ ନେଉଥିବା ବେଳେ ଏଭଳି ଅଘଟଣ ଘଟିବା ଫଳରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ଅନ୍ୟପଟେ କାର ଚାଳକ ହେଲେ ଡାଇନର ପଟନାୟକ(୫୦)ବୋଲି ଜଣାପଡିଛି । ଏହି ବ୍ୟକ୍ତି ଜଣକ ତାଙ୍କ ନିଜ ବାସଭବନ ବଲାଙ୍ଗିରକୁ ଯାଉଥିବା ବେଳେ ଅଳ୍ପକେ ବର୍ତି ଯାଇଛନ୍ତି । ଘଟଣା ସ୍ଥାନରେ ତୁଷୁରା ପୁଲିସ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.