ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

ରଗଡ଼ି : ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମୀନଗର ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି । ଘଟଣାସ୍ଥଳରେ କୋରେଇ ପୋଲିସ ପହଞ୍ଚି ଟ୍ରଲରେ ଚାଳକକୁ ଗିରଫ କରିଛି । ସୂଚନାନୁଯାୟୀ, କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ବସନ୍ତପୁରା ଗ୍ରାମର କାଳନ୍ଦୀ ସାହୁ (୫୩) ତାଙ୍କ ପତ୍ନୀଙ୍କୁ ନେଇ କଟକ ହସ୍ପିଟାଲ ନେଇ ଯାଉଥିଲେ । ଏତିକି ବେଳେ ତାଙ୍କୁ ଏକ ଟ୍ରଲର ଧକ୍କା ଦେଇଥିଲା । ଫଳରେ ଟ୍ରଲର ତଳେ ଚାପି ହୋଇ କାଳନ୍ଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ପତ୍ନୀ ଗୁରୁତର ଆହତ ହୋଇଛନ୍ତି । ମହିଳାଙ୍କୁ ଆମ୍ଵୁଲାନ୍ସ ଯୋଗେ ଯାଜପୁର ରୋଡ ସ୍ଥିତ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି । ଟ୍ରଲର ଡ୍ରାଇଭରକୁ ପୋଲିସ ଅଟକ ରଖିଛି ।

Leave A Reply

Your email address will not be published.