ମର୍ମନ୍ତୁଦ ସଡକ ଦୁର୍ଘଟଣା : ଜଣେ ମୃତ, ଜଣେ ଆହତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନେହେରୁଗଲି ଛକଠାରେ ଗତକାଲି ମା’ ଝିଅ ରାସ୍ତା ପାରି ହେଉଥିବା ବେଳେ ଏକ ବାଇକ ଦୃତ ଗତିରେ ଆସି ଧକ୍କା ଦେଇଥିଲା । ଆହତ ମା’ ଝିଅଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଚିକିତ୍ସାଳୟରେ ଝିଅକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ମା’ ମଧ୍ୟ ଖୁବ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ପଦ୍ମପୁର ଶାନ୍ତଙ୍ଗରରେ ରହୁଥିବା ଉପେନ୍ଦ୍ର ଗଡ଼ଟିଆ ତାଙ୍କ ପତ୍ନୀ ସ୍ୱପ୍ଳବତୀ ଗଡ଼ଟିଆ ଓ ତାଙ୍କ ଝିଅ ଶ୍ରେୟାନଶୀ ଗଡ଼ଟିଆ (ବୟସ ୧୩) ସହ ମାର୍କେଟକୁ ଆସିଥିବା ବେଳେ ଉଭୟେ ମା’ ଝିଅ ରାସ୍ତା ପାର ହେଉଥିବା ବେଳେ ଏକ ବାଇକ ପଛପଟୁ ଆସି ଉଭୟଙ୍କୁ ଧକ୍କା ଦେଇଥିଲା ଫଳେୀ ଉଭୟଙ୍‌ଙ୍କୁ ଡାକ୍‌କ୍ତରଖାନାରେ ଭିର୍ତ୍ତି କରାଯାଇଥିଲା । ଅନ୍ୟ ପଟେ ବାଇକ ଚାଳକଙ୍କୁ ପଦ୍ମପୁର ପୋଲିସ ଅଟକ ରଖିବା ସହ ବାଇକକୁ ଜବତ କରିଥିବା ବେଳେ ବାରମ୍ବାର ଦୃତ ବାଇକ ଚାଳନା ଏବଂ ନିଶାଶକ୍ତ ଚାଳକଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନ ନେବାକୁ ନେଇ ଥାନାକୁ ଜଣ ସାଧାରଣ ଘେରାଉ କରିବା ସହ ଉତ୍ତେଜନା ଦେଖା ଦେଇଥିଲା । ପରେ ପଦ୍ମପୁର ଉପ ଜିଲ୍ଲାପାଳ ଥାନାକୁ ଆସି ଜନସାଧାରଣଙ୍କ ସହ ଚର୍ଚ୍ଚା କରିବା ସହ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦେବା ପାଂଇଁ ଓ ନିଶା ବେପାର ଓ ଦୃତ ଗତିରେ ଗାଡି ଚଲାଉଥିବେ ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଲୋକେ ଶାନ୍ତ ହୋଇଥିଲେ ।

Leave A Reply

Your email address will not be published.