ଆନ୍ଧ୍ରପ୍ରଦେଶରେ ବଡ଼ ଦୁର୍ଘଟଣା : ଟ୍ରେନରେ ଦଳିହୋଇ ୬ ଜଣଙ୍କ ମୃତ୍ୟୁ

ଅମରାବତୀ : ସୋମବାର ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲାମ ଜିଲ୍ଲାରେ କୋଣାର୍କ ଏକ୍ସପ୍ରେସ ଦ୍ୱାରା ୬ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ପକ୍ଷରୁ ଏହି ସୂଚନା ମିଳିଛି । ବଟୁଆ ଗ୍ରାମରେ ବୈଷୟିକ ସମସ୍ୟା ହେତୁ ଟ୍ରେନ୍ ଅଟକି ରହିଥିବା ବେଳେ ଗୁଆହାଟୀ ସୁପରଫାଷ୍ଟ ଏକ୍ସପ୍ରେସର କିଛି ଯାତ୍ରୀ ରେଲୱେ ଟ୍ରାକରେ ଓହ୍ଲାଇଥିବା ବେଳେ ବିପରିତ ଦିଗରୁ ଆସୁଥିବା କୋଣାର୍କ ଏକ୍ସପ୍ରେସ ଟ୍ରେନ୍‌ରେ ଦଳି ହୋଇ ୬ ଜଣ ଯାତ୍ରୀ ପ୍ରାଣ ହରାଇଥିବା ପୋଲିସ କହିଛି । ଏପର୍ଯ୍ୟନ୍ତ ଆମେ ୬ ଟି ମୃତଦେହ ଚିହ୍ନଟ ହୋଇଛି । ତଦଂତ ପାଇଁ ସରକାରୀ ରେଳ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।

Leave A Reply

Your email address will not be published.