ଭୁଷୁଡିଲା୨ ମହଲା କୋଠା

ବାରିପଦା, (କେପିଏନ୍‌ଏସ୍‌) : ଲୋକଙ୍କ ଆଖି ଆଗରେ ଭୁଷୁଡି ପଡିଲା ୨ ମହଲାର କୋଠା । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଲୋକେ । ଏହି ଘଟଣା ହେଉଛି ବାରିପଦାର ମଧୁବନ ସହରର । ସୂଚନାଯୋଗ୍ୟ ଯେ ଗତକାଲି ରାତିରୁ ଏଠାରେ ପ୍ରବଳ ବର୍ଷା ହେବା ଯୋଗୁଁ ବନ୍ୟା ପରିସ୍ଥିିତି ଦେଖା ଦେଇଛି । ଫଳରେ ଘରକୁ ବନ୍ୟା ପାଣି ପଶି ଯାଇଛି । ସୈାଭାଗ୍ୟବଶତଃ ଏହି ଘର ଭୁଷୁଡ଼ିବା ସମୟରେ କେହି ନଥିବା କାରଣରୁ କେହି ମୃତାହତ ହୋଇ ନାହାନ୍ତି । ଘଟଣା ସ୍ଥଳକୁ ତହସିଲଦାର ଏବଂ ଏଡ଼ିଏମ୍‌ ଆସି ବୁଝାସୁଝା କରିଥିଲେ ।

Leave A Reply

Your email address will not be published.