om academy

ଦୋକାନୀ ପୀତାମ୍ବର ସାହୁଙ୍କ ଆତ୍ମହତ୍ୟା

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବୁଗୁଡା ଥାନା ଅନ୍ତର୍ଗତ ବୁଗୁଡା ସହରର ବ୍ଲକ ଛକ ନିକଟରେ ଥିବା ମା ମହାମାୟୀ ଜେନେରାଲ ଷ୍ଟୋରର ମାଲିକ ପିତାମ୍ବର ସାହୁ (୨୮) ଗତ ରାତ୍ରରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲପଡ଼ା ଗ୍ରାମର ସୁଧାକର ସାହୁ ଓ ପିତାମ୍ବର ସାହୁ ଦୁଇ ଭାଇ ବୁଗୁଡାର ବ୍ଲକ ଛକ ନିକଟରେ ମା ମହାମାୟୀ ଜେନେରାଲ ଷ୍ଟୋର ନାମରେ ଷ୍ଟେସନାରୀ ଦୋକାନ କରି ବ୍ୟବସାୟ କରିଆସୁଥିଲେ । ଗତକାଲି ସୁଧାକର ସାହୁ ତାଙ୍କ ଭଉଣୀ ଘର ରାଉତିକୁ ଯାଇଥିବା ବେଳେ ରାତ୍ରରେ ପିତାମ୍ବର ଏକାକୀ ଥିଲେ । ରାତ୍ରରେ ଛାତରେ ଥିବା ହୁକରେ ଦୋକାନରେ ବ୍ୟବହାର ପାଇଁ ଥିବା ଷ୍ଟିଲ ନିଶୁଣୀରେ ଚଢି କୁଅ ଦଉଡି ବାନ୍ଧି ପିତାମ୍ବର ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଏପ୍ରିଲ ୨୦ ତାରିଖ ସକାଳେ କେତକ ଗ୍ରାହକ ଆସି ଦୋକାନ ବନ୍ଦ ଥିବା ଦେଖି ସୁଧାକରଙ୍କୁ ଫୋନ କରିଥିଲେ । ସୁଧାକର ରାତିରୁ ଭାଇ ପିତାମ୍ବରଙ୍କୁ ବାରମ୍ବାର ଫୋନ କଲେ ମଧ୍ୟ ଉତ୍ତର ନଆସିବାରୁ ସେ ବୁଗୁଡା ଆସି ବହାରପଟୁ ଡାକିଥିଲେ ମଧ୍ୟ ଶୁଣିନଥିଲେ । ଭାଇ ସୁଧାକର ବାରିପଟେ ଯାଇ ଭାଇ ଆତ୍ମହତ୍ୟା କରିଥିବା ଦେଖିଲା ପରେ ପୋଲିସକୁ ଖବର ଦେଇଥିଲେ । ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ସବ-ଇନ୍ସପେକ୍ଟର ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ପିତାମ୍ବର ସାହୁଙ୍କୁ ମେଡ଼ିକାଲକୁ ନେଇଥିଲେ । ଡାକ୍ତର ମୃତ୍ୟୁ ଘୋଷଣା କଲାପରେ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।

Leave A Reply

Your email address will not be published.