ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମାଲପଡା ସ୍ଥିତ ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲରେ ପ୍ରିନ୍‌ସିପାଲ ରବିଚନ୍ଦ୍ର ଉଦଗାତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ସ୍କୁଲର ଚେୟାରମେନ ବିରେନ୍ଦ୍ର ଉଦ୍‌ଗାତା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ପ୍ଲେଜ କରାଇବା ସହିତ ଜୀବନର ସଫଳତା ଉପଯୁକ୍ତ ଟିପ୍ସ ଦେଇ ମାର୍ଗଦର୍ଶନ କରିଥିଲେ । ଅପର ପ୍ରାଇମେରୀ ସେକସନ ପ୍ରିନସିପାଲି ଅଭିସ୍ମିତା ଦାଶ ଏବଂ ଏକାଡେମିକ ଇନଚାର୍ଜ ଡ. ରବିଚନ୍ଦ୍ର ପଶାୟତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ନବମ ଶ୍ରେଣୀର ଛାତ୍ରୀ ଆର୍ଯ୍ୟାହୀ ମିଶ୍ର ସ୍ୱାଗତ ଅଭିଭାଷଣ ଦେବା ସହ ସଭା ସଂଯୋଜନା କରିଥିଲେ । ଶିକ୍ଷକ ଆଶିକ ଯୋଷି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଛାତ୍ରୀ ଅଙ୍କିତା ମେହେର, ହରିଶ ଭୋଇ, ଖୁସି ଅଗ୍ରୱାଲ, ସ୍ରିଷ୍ଟି ସୋହାନି ସାହୁ ଦିବସର ତାତ୍ପର୍ଯ୍ୟ ବିଷୟରେ ନିଜସ୍ୱ ମତବ୍ୟକ୍ତ କରିଥିଲେ । ଶିକ୍ଷକ ନବ କିଶୋର ବାରିକ, ଆର ସୁଲତାନା, ନମିତା ସାଗର, ପ୍ରତିକ୍ଷା ରଥ, ସୋମ ପ୍ରକାଶ ପଟ୍ଟନାୟକ, ତୃପ୍ତି ମହାରଣା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ । ପରିଶେଷରେ ନବମ ଶ୍ରେଣୀର ଛାତ୍ରୀ ଶକ୍ତି ସ୍ୱରୂପା ଛତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.