oom

ଦ ହ୍ୟୁମାନିଟୀ ଫାଉଣ୍ଡେସନର ବିଶ୍ୱ ମାତୃତ୍ଵ ଦିବସ ପାଳନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଦ ହୁମାନିଟୀ ଫାଉଣ୍ଡେସନ ତରଫରୁ ରାଉରକେଲା କ୍ଲବ ଠାରେ ବିଶ୍ୱ ମାତୃତ୍ଵ ଦିବସ ପାଳନ ହୋଇଯାଇଛି । ମାତୃତ୍ଵ ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଦୀପ୍ତି ସୁନ୍ଦରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ସମାଜସେବୀ କମଲ ଅଗ୍ରୱାଲ, ଅନିତା ଅଗ୍ରୱାଲ, ଅମରେନ୍ଦ୍ର ପୁହାଣ, ରାମଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସମସ୍ତଙ୍କୁ ସାଧୁବାଦ ଦେଇଥିଲେ । ଫାଉଣ୍ଡେସନ ଆଗକୁ ଏହି ଭଳି ସାମାଜିକ କାର୍ଯ୍ୟକ୍ରମ ଜାରିରଖୁ ବୋଲି ମତପୋଷଣ କରିଥିଲେ । ଏହି ଅବସରରେ ସଦସ୍ୟା ମାନଙ୍କର ମାଁ ଓ ଶାଶୁମାଁ ମାନଙ୍କୁ ପୂଜା ଅର୍ଚ୍ଚନା ସହ ଉପହାର ବଣ୍ଟନ କରାଯାଇଥିଲା । ସାମ୍ବାଦିକ କୁଞ୍ଜବିହାରୀ ରାଉତ, ସସ୍ମିତା ପ୍ରଧାନ, ଇନ୍ଦ୍ରବଳି ମିସ୍ତ୍ରୀ ଓ ଅର୍ପିତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହ୍ୟୁମାନିଟି ଫାଉଣ୍ଡେସନର ସଭାପତି ଦୀପ୍ତି ସୁନ୍ଦରାୟ, ସମ୍ପାଦିକା ଲିନା ତ୍ରିପାଠୀ, ସହ ସମ୍ପାଦିକା ଶୁଭଲକ୍ଷ୍ମୀ ପାତ୍ର, ଉପଦେଷ୍ଟା ଗ୍ରେସି ଡେଭିଡ, ଗରିମା ପତ୍ରୀ, ଶଶିଲତା କର, ବିଜୟାନନ୍ଦ ସୁନ୍ଦରାୟ, ଅଶ୍ଵିନୀ କିଶାନ, ପ୍ରୀୟଙ୍କା ପାଣି, ରଶ୍ମିତା ମଲ୍ଲିକ, ରୁନୁ ରାଉତ, କାର୍ତ୍ତିକ ରାଉତ, ରଶ୍ମିତା ବିଶୋଇ, ସତ୍ୟ ଭାଈ ଓ ବିଶିଷ୍ଠ ଆଇନଜୀବୀ ଅନୁଶୟା ପଣ୍ଡା ଏବଂ ସବୁ ମାଁ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଶୁଭଲକ୍ଷ୍ମୀ ପାତ୍ର ପରିଚାଳନା କରିଥିବା ବେଳେ ଶେଷରେ ବିଜୟ ସୁନ୍ଦରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.