oom

ଡି.ଏ.ଭି ସ୍କୁଲରେ ଗ୍ରୀଷ୍ମ କାଳୀନ ଶିବିରର ଉଦ୍‌ଯାପନୀ ଦିବସ”

jsmm

ରାଉରକେଲା , (ସସ୍ମିତା ପ୍ରଧାନ) : ଡ. ଏ.ଏନ.କେ ଡି.ଏ.ଭି ପବ୍ଲିକ ସ୍କୁଲର ଗ୍ରୀଷ୍ମ କାଳୀନ ଶିବିର ଗତ ତା ୩-୫-୨୦୨୫ରିଖ ଠାରୁ ତା ୧୦-୫-୨୦୨୫ରିଖ ପର୍ଯ୍ୟନ୍ତ ଦୀର୍ଘ ଆଠ ଦିନ ଧରି ଚାଲିଥିଲା । ଏଥିରେ ସ୍କୁଲର ସର୍ବମୋଟ ୨୦୦ ଜଣ ଛାତ୍ରଛାତ୍ରୀ ନିଜର କଳା କୁଶଳତା ଏବଂ କ୍ରୀଡା କୌଶଳ ଶିକ୍ଷାଲାଭ କରିଥିଲେ । ବିଭିନ୍ନ ପ୍ରକାରର ଖେଳ(ଫୁଟବଲ, ବାସ୍କେଟବଲ, ଶର ଚାଳନା,) ଯୋଗ ଶିକ୍ଷା, ମାର୍ସଲ ଆର୍ଟ, ରୋବୋଟିକ୍ସ, ଗଣିତ ପ୍ରଯୁକ୍ତି ଶିକ୍ଷା (ଅବାକସ) ଚିତ୍ରକଳା, ନୃତ୍ୟକଳା ଇତ୍ୟାଦି ଶିକ୍ଷା ଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଉତ୍ତମ କଳା କୌଶଳ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଏସ୍. କେ ପଟେଲ ମହୋଦୟ (ଏନ. ଆଇ.ଟି, ରାଉରକେଲା)ଏବଂ ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ଯୋଶୀ ତଥା ବିଦ୍ୟାଳୟର ଅଧ୍ୟକ୍ଷ ମହୋଦୟ ଲୋକନାଥ ପ୍ରଧାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ସମସ୍ତ ପ୍ରଶିକ୍ଷକ ମାନଙ୍କୁ ମଧ୍ୟ ମାନପତ୍ର ଏବଂ ମୋମେଣ୍ଟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ସହସଂଯୋଜକ ବିଜୟ କୁମାର ମିଶ୍ର, ବରିଷ୍ଠ ଶିକ୍ଷକ ପ୍ରବୀର କୁମାର ମିଶ୍ର, ଖେଳ ଶିକ୍ଷକ ଦୁଷ୍ମନ୍ତ ବେହେରା ତଥା ଶିକ୍ଷୟତ୍ରୀ ମିନତୀ ପାତ୍ରଙ୍କ ଅବଦାନ ଅତୁଳନୀୟ ଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ତଥା ଶିକ୍ଷୟିତ୍ରୀଙ୍କ ଅବଦାନ ଗୁରୁତ୍ୱପୂର୍ଣ ଥିଲା । ଶିକ୍ଷୟିତ୍ରୀ ଅରିଜିତା ଦାଶଗୁପ୍ତା ଉଦ୍‌ଯାପନୀ ଦିବସର କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଏବଂ ଅନନ୍ୟା ଆଚାର୍ଯ୍ୟଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.