ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲାର ଅନେକ ଅଂଚଳରେ ବ୍ୟାପକ ଧାନଚାଷ ନଷ୍ଟ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲାର ଅନେକ ଅଂଚଳରେ ବ୍ୟାପକ ଧାନଚାଷ ନଷ୍ଟ ହୋଇଛି । ମହାନଦୀ, ତେଲ, ସୁକତେଲ, ହରିହର, ଅଙ୍ଗ ଓ ସୁରୁବାଲି ଆଦି ଶାଖା ନଦୀ ଗୁଡିକର ବନ୍ୟା ଯୋଗୁଁ ଜିଲ୍ଲାର ୭୦ରୁ ଉର୍ଦ୍ଧ ନଈକୂଳିଆ ଗାଁର ଶହ ଶହ ହେକ୍ଟର ଚାଷଜମିରେ ବାଲିଚର ହୋଇଛି । ଏପରିକି ନଦୀଗୁଡିକର ଉଭୟ ପାର୍ଶ୍ବରେ ଥିବା ଶହ ଶହ ହେକ୍ଟର ଚାଷଜମି ଗଲା ୭ଦିନ ହେଲା ବନ୍ୟାପାଣିରେ ବୁଡି ରହିଥିବା ହେତୁ ଜମିରେ ହୋଇଥିବା ଧାନଚାଷ ଓ ପନିପରିବା ଫସଲ ପଚି ଯାଇଛି । ଏଥିଯୋଗୁଁ ଚାଷୀ ମାନେ ପ୍ରଭୁତ କ୍ଷତିର ସମ୍ମୁଖୀନ ହୋଇଛନ୍ତି ।
ଏବେ କରୋନା ଯୋଗୁଁ ସେମିତିରେ ବି ଚାଷୀ ମାନଙ୍କର ଆର୍ଥିକ ଅବସ୍ଥା ଅତି ଶୋଚନୀୟ ଥିବାବେଳେ ଲଗାଣ ବର୍ଷା ସହ ବନ୍ୟା ଏବଂ ସାରର କଳାବଜାରୀ ସମସ୍ୟା ଜିଲ୍ଲାର ଚାଷୀମାନଙ୍କର ସମସ୍ୟାକୁ ବହୁଗୁଣିତ କରିଛି ।

Leave A Reply

Your email address will not be published.