pr

ବାଇକ-କାର ଧକ୍କା : ଦୁଇ ଗୁରୁତର‌ ଡା‌କ୍ତରଖାନାରେ ଭର୍ତ୍ତି

dr. purohit

କେନ୍ଦୁଝର : ବାଇକ-କାର ମୁହାଁମୁହିଁ ଧକ୍କା ହେବାରୁ ୨ ଜଣ ଗୁରୁତର ହୋଇଛ‌ନ୍ତି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, କେନ୍ଦୁଝର ପଟୁ ତେଲକୋଇ ଆଡକୁ ଗୋଟିଏ କାର ଆସୁଥିବା ବେଳେ ତେଲକୋଇ ଥାନା ଅନ୍ତର୍ଗତ କତରାପାଲି ଗାଁ ସାଇ ଢାବା ନିକଟରେ ଛିଡା ହୋଇଥିବା ଆଉ ଏକ କାରକୁ ଅଭରଟେକ କରି ଯିବା ବେଳେ ସାମନା ପଟୁ ଆସୁଥିବା ବାଇକକୁ ମୁହାଁମୁହିଁ ଧକ୍କା କରିଥିଲା କାର୍‌ । ଫଳରେ ଦୁଇଜଣ ଗୁରୁତର ହୋଇପଡିଛନ୍ତି । ଦୁଇ ଗୁରୁତର ହେଲେ ଦାମୋଦରଗୌଣି ଗାଁର ଜିତେନ୍ଦ୍ର ଦେହୁରୀ ଓ ବିଭିଷଣ ଦେହୁରୀ । ଗୁରୁତରଙ୍କୁ ତେଲକୋଇ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ସଙ୍ଗେ ସଙ୍ଗେ କେନ୍ଦୁଝର ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

nrusinghnath
Leave A Reply

Your email address will not be published.