jayashree

ଦେଷଣ୍ଢ ଚାନ୍ଦଲି ପାହାଡ଼କୁ ଡିଏଫଓଙ୍କ ପରିଦର୍ଶନ

  • ଲଣ୍ଡା ପାହାଡ଼ରେ ଖୋଦେଇ କଲେ ପର୍ଯ୍ୟଟକମାନେ ଅଧିକ ଆକର୍ଷିତ ହେବେ : ଡିଏଫଓ
    ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ପୂର୍ବାହ୍ନରେ ବଲାଙ୍ଗିର ଡିଏଫଓ ସମୀର ଶତପଥୀ ଦେଓଗାଁ ବ୍ଳକ ଦେଷଣ୍ଢ ପଞ୍ଚାୟତର କିରିବାଞ୍ଜି ଜଙ୍ଗଳର ଥିବା ଚାନ୍ଦଲି ପାହାଡ଼କୁ ଚଢ଼ି ପରିଦର୍ଶନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ବଲାଙ୍ଗୀର, ପାଟଣାଗଡ଼ ଓ ଟିଟିଲାଗଡ଼ ରେଞ୍ଜର ଠିକ ମଧ୍ୟ ଭାଗରେ ଥିବା କିରିବାଞ୍ଜି ଜଙ୍ଗଳର ଲଣ୍ଡା ପାହାଡ଼ରେ ରାମାୟଣ ଓ ମହାଭାରତର ପୌରାଣିକ ସହ ଅନେକ କିମ୍ବଦନ୍ତୀ ଜଡିତ ଅଛି । ନିୟମିତ ଭାବେ ପର୍ଯ୍ୟଟକମାନେ ଆସି ବୁଲି ଦେଖିଯାଉଛନ୍ତି । ଏହାର ଆହୁରି ବିକାଶ କରିବା ଆବଶ୍ୟକ ବୋଲି ବନ ବିଭାଗ ପକ୍ଷରୁ କୁହାଯାଉଛି । ଅନ୍ୟପକ୍ଷରେ ପର୍ୟ୍ୟଟନ କେନ୍ଦ୍ରର ମାନ୍ୟତା ପାଇବା ପୂର୍ବରୁ ପାହାଡ଼ର ସ୍ଥିତିଟି ଜାଣିବାକୁ ପଡ଼ିବ । ଯଦି ବନ ବିଭାଗର ଅଧିନରେ ଅଛି ତାହା ହେଲେ ବନ ବିଭାଗର ଅନୁମତି ନେଇ ଆଗକୁ ବଢ଼ିବାକୁ ପଡ଼ିବ ବୋଲି କହିଥିଲେ । ପାହାଡ଼ରେ ୩୦/ ୪୦ଟି ଗୁମ୍ଫାଅଛି ତାହା ସହ ଗୋଟିଏ ବଟ ବୃକ୍ଷ ଯାହାର ଆୟୁସ ପ୍ରାୟ ୨ଶହ ବର୍ଷରୁ ଅଧିକ ହେବ । ପାହାଡ଼ର ୨ଶହରୁ ୩ଶହ ମିଟର ଦୂରରେ ଏକ ଜଳାଶୟ ଅଛି ଯାହାର ପରିସୀମା ୭୨ଏକର । ପୂର୍ବରୁ ଭୀମଙ୍କ ନାମରେ ନାମିତ ଥିଲା କିନ୍ତୁ ବର୍ତ୍ତମାନ ମେହେର କଣ୍ଟା ନାମରେ ନାମିତ ହୋଇଛି । ରକ୍ଷଣା ବେକ୍ଷଣା ବହୁ ବର୍ଷ ହେଲା ହୋଇ ନାହିଁ । ତାହାର ପୂନଃ ଉଦ୍ଦାର ପାଇଁ ରାଜ୍ୟ ସରକାରଙ୍କୁ ବ୍ଳକ ଅଧ୍ୟକ୍ଷା ରୀନା ମେହେର ଦାବୀ କରି ସାରିଛନ୍ତି । ପାହାଡ଼କୁ ଯିବା ଉଭୟ ସାଇଟରୁ ରାସ୍ତା ନିର୍ମାଣ କରିବା ପାଇଁ ବିଜୁ କେବିକେ ପକ୍ଷରୁ ଅର୍ଥ ମଞ୍ଜୁର ହୋଇଥିବା ବିଷୟରେ ପୂର୍ବ ଅଧ୍ୟକ୍ଷ ଶ୍ରୀ ମେହେର ସୂଚନା ଦେଇଥିଲେ । ଡିଏଫଓ ଶ୍ରୀ ଶତପଥୀଙ୍କ ସହ ଦେଷଣ୍ଢ ଶାନ୍ତି କମିଟିର ସଭାପତି ନୀଳମଣୀ ପାଣିଗ୍ରାହୀ, ପୂର୍ବ ସରପ‌ଞ୍ଚ ତଥା କୋଷାଧ୍ୟକ୍ଷ ‌ସ୍ୱୟମ୍ବର ମେହେର, ପୂର୍ବ ସରପଞ୍ଚ ସୁରେନ୍ଦ୍ର ସାଏ । ଘାସିରାମ ରଣା, ଦୀନବନ୍ଧୁ ମେହେର, ଇନ୍ଦ୍ରଜିତ ରାଉତ, ବନମାଳୀ ମେହୈର, ପିଙ୍କୁ ଷଢ଼ଙ୍ଗୀ, ସତ୍ୟ ନାରାୟଣ ଷମଙ୍ଗୀ, ବିଦ୍ୟାଧର ନାଏକ, ଡମନ ବେହେରା, ରାମଚନ୍ଦ୍ରପୁର ସରପଞ୍ଜ ଗମ୍ଭାରିମାଲର କ୍ଷିରୋଦ୍ର ସାହୁ, ଜୁଲୁ ବେହେରା, ସରପଞ୍ଚ ପ୍ରଭାତ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।
ସପ୍ତଫେଣି ପଥର
୨୦୦ ବର୍ଷ ପୂର୍ବରୁ ଥିବା ବଟବୃକ୍ଷ
Leave A Reply

Your email address will not be published.