ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଶୀଳ କୁମାର ବାଗଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଶୀଳ କୁମାର ବାଗ (୮୭)ଙ୍କ ଆଜି ପୂର୍ବାହ୍ନ ୧୦ଟା ୩୦ମି.ରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ନବଜୀବନ ବିଦ୍ୟାପୀଠରେ ଶିକ୍ଷକତା କରି ଅନେକ ସୁନାମଧନ୍ୟ ଛାତ୍ରଙ୍କୁ ଗଢ଼ିବାରେ ତାଙ୍କର ବିଶେଷ ଭୂମିକା ରହିଥିଲା । ପ୍ରଧାନ ଶିକ୍ଷକ ପଦବୀରୁ ସେ ଅବସରଗ୍ରହଣ କରିଥିଲେ । ତେବେ ତାଙ୍କ ବିୟୋଗରେ ଖ୍ରୀଷ୍ଟ ସମୂଦାୟ, ଛାତ୍ର ଓ ଶିକ୍ଷକ ମହଲ ତଥା ବଲାଙ୍ଗିର ସହରରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.