ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ପିଏସିଏସ୍ରେ ବିଜୟୀ ପ୍ରାର୍ଥୀ ଶୁକୃ ଛତ୍ରିଆ ନୂତନ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ୭ ତାରିଖ ହେଇଥିବା ନିର୍ବାଚନରେ ଲଟେରୀ ମାଧ୍ୟମରେ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ମନୋଜ କୁମାର ପଟେଲଙ୍କୁ ପରାସ୍ତ କରିଥିଲେ । ନୂତନ ସଭାପତି ଭାବରେ ଦାୟିତ୍ୱ ନେବା ପରେ ସେ ଭବିଷ୍ୟତରେ ଚାଷୀଙ୍କ ସୁଖ ଦୁଃଖରେ ସାମିଲ ହେବେ ଓ ତାଙ୍କ ସମସ୍ୟାର ସମାଧାନ ପାଇଁ ଯଥା ସମ୍ଭବ ଚେଷ୍ଟା କରିବେ ବୋଲି ଶୁକୃ ମତବ୍ୟକ୍ତ କରିଛନ୍ତି । ଦାୟିତ୍ୱ ଗ୍ରହଣ ସମୟରେ ଶୁକୃଙ୍କ ବ୍ୟତୀତ ଶ୍ୱେତ କୁମାର ଭାଟି, ସଞ୍ଜୟ ପ୍ରକାଶ ପଟେଲ, ସ୍ୱର୍ଣ୍ଣ ମାଝୀ, ଭଗବାନ ମେହେର, ଯୋଗେଶ୍ଵରୀ ମେହେର, ଝସକେତନ ଧାରୁଆ, ଜୀବନାନନ୍ଦ ବାଗ, ବିମଳ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।