ନିଖିଳ ଓଡିଶା ଆଶାକର୍ମୀ ସଂଘ ପକ୍ଷରୁ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ୭ ଦଫା ଦାବୀପତ୍ର ପ୍ରଦାନ

  • ଲାଞ୍ଚୁଆ ଅଧିକାରୀଙ୍କୁ ବଦଳି ଦାବୀ, ଆଶାକର୍ମୀଙ୍କ ସ୍ଵତନ୍ତ୍ର ପ୍ୟାକେଜ ଟଙ୍କାରୁ ବେଆଇନ ଭାବେ ଅସୁଲି କରୁଥିବା ଟଙ୍କା ଫେରାଇବାକୁ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ନିଖିଳ ଓଡିଶା ଆଶାକର୍ମୀ ସଂଘ ପକ୍ଷରୁ ଆଗରୁ ବିଭିନ୍ନ ସମସ୍ୟା ସମ୍ପର୍କରେ କିଛି ଦିନ ତଳେ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଧାରଣା ଦେବା ସହ ଦାବୀପତ୍ର ପ୍ରଦାନ କରାଯାଇଥିଲା । ହେଲେ ତାହା କୌଣସି ସୁଫଳ ମିଳିନଥିଲା । ଏହାର ପ୍ରତିବାଦରେ ପାଟଣାଗଡ଼ ବ୍ଲକ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ କାର୍ଯ୍ୟରତ ସମସ୍ତ ଆଶାକର୍ମୀମାନେ ପୂର୍ବ ଦାବୀର ସମାଧାନ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ନିଖିଳ ଓଡିଶା ଆଶାକର୍ମୀ ସଂଘ ପାଟଣାଗଡ ଶାଖା ସଭାନେତ୍ରୀ ଲଲିତା ବାଗ ଓ ସଂପାଦୀକା ଉର୍ବଶୀ ସାହୁଙ୍କ ନେତୃତ୍ୱରେ ଘସିଏନ ବସଷ୍ଟାଣ୍ଡରେ ଏକତ୍ରିତ ହୋଇଥିଲେ । ସଂଘର ରାଜ୍ୟ ସଭାପତି ବିଜୟ ଜେନା, ରାଜ୍ୟ ସଂପାଦିକା ନମିତା ସାହୁ, ଜିଲ୍ଲା ସଭାପତି ବିଭୁଦତ୍ତ ମିଶ୍ର, ଜିଲ୍ଲା ଉପଦେଷ୍ଟା ମଣ୍ଡଳୀର ଦିଲ୍ଲିପ ଭୋଇ, ଦୁର୍ଯ୍ୟୋଧନ ବିଶ୍ଵାଳଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ବାହାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି ଦେଇଥିଲେ । ପରେ ସଂଘ ପକ୍ଷରୁ ୭ ଦଫା ସମ୍ବଳିତ ଏକ ଦାବୀପତ୍ର ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଦାବୀପତ୍ର ପ୍ରଦାନ କରିଥିଲେ । ଦାବୀପତ୍ରରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ କାର୍ଯ୍ୟରତ ସମସ୍ତ ଆଶାକର୍ମୀଙ୍କୁ ମିଳୁଥିବା ପ୍ରୋତ୍ସାହନ ରାଶିରୁ ଜୋରଜବରଦସ୍ତ ଟଙ୍କା ଆଦାୟ କରୁଥିବା, ପ୍ରୋତ୍ସାହନ ରାଶି ମାସର ଏକ ନିର୍ଦ୍ଦିଷ୍ଟ ତାରିଖରେ ପ୍ରଦାନ କରିବା, କୋଭିଡ ସମୟରେ ଏରିଅର ପ୍ରଦାନ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜରୁ ଆଶାକର୍ମୀଙ୍କୁ ୧୦ ହଜାର ମିଳିଥିବା ଟଙ୍କାରୁ ୪/୫ ହଜାର ଟଙ୍କା ଅସୁଲି କରୁଥିବା ଟଙ୍କା ଫେରସ୍ତ କରିବା, ବନ୍ଦ କରିଥିବା ପ୍ରୋତ୍ସାହନ ରାଶି ପ୍ରଦାନ, ଲାଞ୍ଚୁଆ କର୍ମଚାରୀଙ୍କୁ ତୁରନ୍ତ ବଦଳି ଦାବୀ କରିଥିଲେ । ଆଗାମୀ ୭ ଦିନରେ ‌ସମାଧାନ କରାଗଲା ନ ଗଲେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଳା ପକାଇବା ସହ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି । ଏଥିରେ ପାଟଣାଗଡ଼ ସଂଘ ଶାଖା ଜିଲ୍ଲା ସଂଯୋଜିକା ଆନନ୍ଦିନୀ ବିଶ୍ଵାସ, ପୁଷ୍ପାଞ୍ଜଳି ଚୌଧୁରୀ ମଥୁରା କାଲସାଏ ସାଧବୀ ମହାନନ୍ଦ ସଂପାଦିକା ନଳିନୀପ୍ରଭା ସଂଗିତା ହରିପାଲ କୋଷାଧ୍ୟକ୍ଷ ତପସ୍ଵିନୀ ସେଠ କୌଶଲ୍ୟା ମେହେର କୁନ୍ତୀ କୁମ୍ଭାର ସଂଯୁକ୍ତା ସାହୁ, ସୁକାନ୍ତି ବର୍ଗତ୍ତି ତ୍ରିବେଣୀ କୁମ୍ଭାର ପ୍ରତିମା ସରାଫ ସରୋଜିନୀ ରଣା ଜ୍ୟୋତ୍ସ୍ନାମୟୀ ସାହୁ ରାସେଶ୍ୱରୀ ଫରିକାର ଡମନୀ ସାହୁଙ୍କ ସମେତ ବହୁ ଆଶାକର୍ମୀ ଯୋଗଦେଇ ଥିଲେ ।

Leave A Reply

Your email address will not be published.