om academy

ମହାରାଣୀ ସାଗର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କାମରେ ହୋଇଥିବା ଦୁର୍ନୀତିର ତଦନ୍ତ ପାଇଁ ଦାବିପତ୍ର ଦେଲା ବଲାଙ୍ଗିର ନଗର କଂଗ୍ରେସ କମିଟି

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାରାଣୀ ସାଗର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କାମରେ ହୋଇଥିବା ଦୁର୍ନୀତିର ତଦନ୍ତ ପାଇଁ ଦାବିପତ୍ର ଦେଲା ବଲାଙ୍ଗିର ନଗର କଂଗ୍ରେସ କମିଟି । ମହାରାଣୀ ସାଗର କାମରେ ସରକାର ଓ ସଂପୃକ୍ତ ବିଭାଗ ପକ୍ଷରୁ ଦିଆଯାଇଥିବା ଦିଶା ନିର୍ଦ୍ଦେଶକୁ ଖୋଲାଖୋଲି ଉଲଂଘନ କରାଯାଇଥିବା ନଗର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇ ଏହାର ତଦନ୍ତ ଦାବି କରାଯାଇଛି । କୁହାଯାଇଛି ଯେ, ବହୁ ଏକର ବିଶିଷ୍ଟ ଏହି ମହାରାଣୀସାଗରର ପାଣି ନିଷ୍କାସନ, ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ସରକାରଙ୍କ ପକ୍ଷରୁ ୨୨ କୋଟି ଟଙ୍କାର ଅନୁଦାନ ଦିଆଯାଇଥିଲା । କିନ୍ତୁ ଦୁଃଖର ବିଷୟ ଯେ, ନିର୍ବାଚନକୁ ଆଖି ଆଗରେ ରଖି ଏତେ ବଡ଼ କାମକୁ ଖଣ୍ଡ ଖଣ୍ଡ କରି ୧୦୦ରୁ ଅଧିକ ଅନଭିଜ୍ଞ ଏସ୍‌ଏସ୍‌ଜିଙ୍କ ଭିତରେ ବେଆଇନ ଭାବରେ ବାଂଟି ଦିଆଯାଇଛି । ଆଜି ପୂର୍ବାହ୍ନରେ ବଲାଙ୍ଗିର ନଗର କଂଗ୍ରେସ ସଭାପତି ବୁଲି ଦାନୀଙ୍କ ନେୃତୃତ୍ୱରେ ଶତାଧିକ କର୍ମକର୍ତ୍ତାମାନେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳଙ୍କୁ ମହାରାଣୀ ସାଗର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କାମରେ ହୋଇଥିବା ଦୁର୍ନୀତିର ତଦନ୍ତ ପାଇଁ ଦାବିପତ୍ର ଦେଇଛନ୍ତି ।

Leave A Reply

Your email address will not be published.