ଧାନମଣ୍ଡିରୁ ଧାନ ଉଠିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଉପଖଣ୍ଡର ବିଭିନ୍ନ ମଣ୍ଡିରେ ହଜାର ହଜାର କ୍ଵିଣ୍ଟାଲ ଧାନ ପଡି ରହିଥିବା ବେଳେ ଚାଷୀ ଚିନ୍ତାରେ ଅଛନ୍ତି । ଚାଷୀ ମାନଙ୍କ ଧାନବିକ୍ରି ହୋଇପାରୁନଥିବାରୁ ମଣ୍ଡିରେ ଧାନ ପଡିରହିଛି । ମଣ୍ଡି ପରିଚାଳକ ଟୋକନ ସମସ୍ୟା ଓ ଟାର୍ଗେଟ ସମସ୍ୟା ଦେଖେଇ ଧାନ ଉଠାଇ ନଥିବା ଅଭିଯୋଗ ହୋଇଛି । ଆଜି ଏହିସବୁ ସମସ୍ୟାକୁ ନେଇ ଟିଟିଲାଗଡ ଭାଜପା ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଟିଟିଲାଗଡ ପୋଲିସ ଷ୍ଟେସନରେ ଧାରଣାରେ ବସିଥିଲେ । ଏହା ସହ ଟିଟିଲାଗଡ ପୋଲିସ ଷ୍ଟେସନର ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀଙ୍କୁ ଓଡ଼ିଶା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ଚାଷୀମାନଙ୍କୁ ନେଇ ରାଜନିତୀ କରୁଥିବା ତଥା କୁମ୍ଭୀର କାନ୍ଦଣା କାନ୍ଦୁଥିବା, ଚାଷିମାନଙ୍କୁ ଛଳନା, ପ୍ରତାରଣା କରୁଥିବା ଘଟଣାକୁ ଟିଟିଲାଗତ ଭାଜପା ଦଳ ତିବ୍ର ବିରୋଧ କରିଛି । ରାଜ୍ୟ ସରକାରଙ୍କ ଚାଷୀ ମାରଣା ନୀତିକୁ ଭାରତୀୟ ଜନତା ପାର୍ଟି ତିବ୍ର ନିନ୍ଦା କରିଛି । ଧାନ ମଣ୍ଡିରେ କଟନି ଛଟନି, ଚାଷୀଙ୍କ ଧାନ ପଡିରହିବା, ଟୋକେନ ଆଳ ଦେଖାଇ ଦଲାଲ ମାନଙ୍କୁ ସୁବିଧା ଯୋଗାଇ ଦେବା ପ୍ରସଙ୍ଗକୁ ଘୋର ନିନ୍ଦା କରିଥିବା କହିଛନ୍ତି । ଯଦି ଆଗାମୀ ସାତଦିନ ମଧ୍ୟରେ ଧାନମଣ୍ଡିରୁ ଚାଷିମାନଙ୍କ ଧାନକ୍ରୟ ନହୁଏ ତାହେଲେ ଭାରତୀୟ ଜନତା ପାର୍ଟି ତରଫରୁ ରାଜ୍ୟସରକାରଙ୍କ ଚାଷିମାରଣା ନିତୀକୁ ନେଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଆଜି ଏଠାରେ ଟିଟିଲାଗଡ ଭାଜପା ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, ଉପସଭାପତି ରାଜେଶ ଅଗ୍ରୱାଲ, ଲିଙ୍ଗରାଜ ନାୟକ, ଅଶୋକ ମିଶ୍ର, ପ୍ରଶାନ୍ତ ମହାନ୍ତି, ନରସିଂହ ସିଂ, ଆଲୋକ ନାୟକ, କୁନା ଭାଟି, ରାଜୁ ରାଓ, ବୁଦ୍ଧିଆ ଆଚାର୍ଯ୍ୟ, ସୁନ୍ଦର୍ ଲାଲ ଶର୍ମା ଓ ରଶ୍ମୀ ରଞ୍ଜନ ଖମାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.