ଆଗଲପୁର ଗଡଜାତ ଅମଳର ଫାଣ୍ଡିକୁ ଥାନାର ମାନ୍ୟତା ଓ କୋର୍ଟ ପାଇଁ ଦାବୀପତ୍ର

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲାର ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଛୁଆ ବ୍ଲକ ଆଗଲପୁରକୁ ରାଜ୍ୟସରକାର ବାରମ୍ବାର ଅଣଦେଖା କରୁଥିବା ଅଭିଯୋଗ ଆଣିଛନ୍ତି ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗି । ଆଗଲପୁର ଫାଣ୍ଡିକୁ ଥାନା ମାନ୍ୟତା ଓ ଜେଏମ୍ଏଫସି କୋର୍ଟ ପ୍ରତିଷ୍ଠା ଭଳି ଅନେକ ପୁରୁଣା ଦାବୀ ମାନ ରହିଥିବା ସତ୍ତେ୍ୱ ଏହିସବୁକୁ ଅଣଦେଖା କରି ଅନ୍ୟଅଞ୍ଚଳ ମାନଙ୍କର ଦାବୀକୁ ପୁରଣ କରିବା ନେଇ ପ୍ରଶ୍ନ ଉଠାଇଛନ୍ତିି । ବିଧାୟକ ଶ୍ରୀ ମହାଲିଙ୍ଗ, ଆଗଲପୁର ନାଗରିକ କମିଟି ଓ ଅନ୍ୟ କିଛି ସାମାଜିକ ସଂଗଠନ ପ୍ରତିନିଧିମାନଙ୍କ ସହ ମିଶି ଜିଲ୍ଲାପାଳଙ୍କ ସହ ଏନେଇ ଆଲୋଚନା କରିଥିଲେି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଧିନରେ ସମ୍ପୂର୍ଣ୍ଣ ଆଗଲପୁର ବ୍ଲକ ରହିଛି, ସାଲେଭଟା ଓ ଆଗଲପୁର ଫାଣ୍ଡି ରହିଛିି । ଏପର୍ୟ୍ୟନ୍ତ ଆଗଲପୁରକୁ ଥାନାର ମାନ୍ୟତା ମିଳିପାରିନାହିିଁ । ଲୋଇସିଂହା ଥାନା ଠାରୁ ଆଗଲପୁର ଦୂରତା ଅନେକ ବାଟ ହୋଇଥିବା ବେଳେ ଆଇନ ଶୃଙ୍ଖଲା ସମାଧାନ ପାଇଁ ଲୋକମାନେ ବେଶୀ ହଇରାଣ ହେଉଛନ୍ତିି । ତେଣୁ ଆଗଲପୁରରେ ଥାନା ପ୍ରତିଷ୍ଠା ପାଇଁ ଅଞ୍ଚଳର ଜନସାଧାରଣ ଅନେକ ଦିନରୁ ଦାବୀ କରି ଆସୁଛନ୍ତିି । ରାଜ୍ୟ ସରକାର ଅନ୍ୟ ସ୍ଥାନ ମାନଙ୍କରେ ଥାନା ପ୍ରତିଷ୍ଠା କରୁଛନ୍ତି, କିନ୍ତୁ ଆଗଲପୁରକୁ ବାରମ୍ବାର ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ ହୋଇଛିି । ସେହିପରି ଜେଏମଏଫସି କୋର୍ଟ ପାଇଁ ମଧ୍ୟ ଦାବୀ ହୋଇଛିି । ବର୍ତମାନ ଲୋଇସିଂହା କୋର୍ଟ ଅଧୀନରେ ସମ୍ପୂର୍ଣ ଆଗଲପୁର ବ୍ଲକ ରହିଛିି । କୋର୍ଟ ପ୍ରତିଷ୍ଠା ପାଇଁ ବିଧାୟକ ଓ ଜନସାଧାରଣ ଅନେକ ଆଗରୁ ଦାବୀ କରି ଆସୁଛନ୍ତିି । କିଛିଦିନ ତଳେ ରାଜ୍ୟ ସରକାର ରାଜ୍ୟରେ ଆଉ ୬୫ଟି ନୁଆ କୋର୍ଟ ପାଇଁ ଘୋଷଣା କରିଛନ୍ତି, କିନ୍ତୁ ଆଗଲପୁରକୁ ଅଣଦେଖା କରାଯାଇଛିି । ଏ ପର୍ୟ୍ୟନ୍ତ ଆଗଲପୁରରେ ଶୀତଳଭଣ୍ଡାର ଓ ଓଡିଶା ଆଦର୍ଶ ବିଦ୍ୟାଳୟଟିଏ ମଧ୍ୟ ଖୋଲା ଯାଉନାହିିଁ । ତତ୍କାଳୀନ ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଗୌରପାଲି ହାଇସ୍କୁଲ ଉଦଘାଟନ ସମୟରେ ଆଗଲପୁର ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲାଯିବ ବୋଲି ପ୍ରତିଶୃତି ଦେଇଥିଲେି । ଆଗଲପୁରକୁ ରାଜ୍ୟ ସରକାର ଅବହେଳା କରୁଥିବାରୁ ବିଧାୟକ ଶ୍ରୀ ମହାଲିଙ୍ଗ ଅସନ୍ତୋଷ ପ୍ରକାଶ କରିଛନ୍ତିି । ଏ ଅଞ୍ଚଳର ଜନସାଧାରଣ ଆଗକୁ ଜୋରଦାର ଆନ୍ଦୋଳନ କରିବା ପାଇଁ ମଧ୍ୟ ଚେତାବନୀ ଦେଇଛନ୍ତିି ।

Leave A Reply

Your email address will not be published.