ବର୍ଦ୍ଧିତ ବିଦ୍ୟୁତ୍ ଦର ବିରୋଧରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କଂଗ୍ରେସର ଦାବୀପତ୍ର ପ୍ରଦାନ

ଟିଟିଲାଗଡ, (ଗୌରବ ଦର୍ଜୀ) : ରାଜ୍ୟରେ ଦିନକୁ ଦିନ ବିଦ୍ୟୁତ୍ ଦର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ପ୍ରଦେଶ କଂଗେସ କମିଟି ପ୍ରତିବାଦ କରି ରାଜ୍ୟପାଳଙ୍କ ନିକଟରେ ବର୍ଦ୍ଧିତ ବିଦ୍ୟୁତ୍ ଦରକୁ ହ୍ରାସ କରିବା ପାଇଁ ଦାବୀ କରିଛି । ୨୦୦୬ ମସିହାରେ ବିମୁଦ୍ରାୟନ ଓ ପରେ ପରେ ମହାମାରୀ କରୋନା ହେତୁ ସବୁବର୍ଗର ବିଶେଷ କରି ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ, ଗରିବ, ଚାଷୀ ତଥା ବିଦ୍ୟୁତ୍ ବ୍ୟବହାରକାରୀ ଅଣୁ, କ୍ଷୁଦ୍ର, ମଧ୍ୟମ ଶିଳ୍ପାନୁଷ୍ଠାନର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି । କ୍ରୟ ଶକ୍ତି ହ୍ରାସ ପାଇବାରେ ଲାଗିଛି । ସେହି ସମୟରେ ରାଜ୍ୟରେ ଥିବା ବିଦ୍ୟୁତ୍ ନିୟାମକ ଆୟୋଗ ବିଦ୍ୟୁତ୍ ଦେୟ ବୃଦ୍ଧି ଘଟାଇଛନ୍ତି । ବିଶେଷତଃ ଟାଟା ବିଦ୍ୟୁତ୍ ବିତରକ ସଂସ୍ଥା ବିତରଣ ଦାୟିତ୍ଵ ଦେବା ପର ଠାରୁ ଏ ମଧ୍ୟରେ ୟୁନିଟ ପିଛା ଗତ ଦୁଇ ମାସ ମଧ୍ୟରେ ଦୁଇଥର ୫୯ ପଇସା ଦର ବୃଦ୍ଧି କରିଛନ୍ତି । ଓଡ଼ିଶା ଏକ ବିଦ୍ୟୁତ୍ ରପ୍ତାନିକାରୀ ରାଜ୍ୟ । ଏଠାରେ କୋଇଲା ଓ ପାଣି ଶସ୍ତା, ସୁବିଧାରେ ମିଳିଥାଏ । ଜଳ ବିଦ୍ୟୁତ୍ ଉତ୍ପାଦନ ଖର୍ଚ୍ଚ ଖୁବ୍ କମ୍ ହୋଇଥିବାରୁ ସମସ୍ତ ବିଦ୍ୟୁତ୍ ଉତ୍ପାଦନର କ୍ରୟ ୟୁନିଟ ପିଛା କମ୍ ଖର୍ଚ୍ଚ ପଡ଼ିଥାଏ । ଅଥଚ ଉପଭୋକ୍ତା ମାନଙ୍କୁ ବିଦ୍ୟୁତ୍ ଶୁଳ୍କ , ବିଦ୍ୟୁତ୍ କର, ନିମନ୍ତେ ସବୁ ମିଶାଇ ୨୦୦ ୟୁନିଟ ବ୍ୟବହାର କରୁଥିବା ପ୍ରତ୍ୟେକ ଉପଭୋକ୍ତା ୟୁନିଟ ପିଛା ୫ ଟଙ୍କା ୬୦ ପଇସା ଓ ୪୦୦ ୟୁନିଟ ବା ତଦୁର୍ଦ୍ଧ୍ବ ବିଦ୍ୟୁତ୍ ବ୍ୟବହାର ପାଇଁ ୟୁନିଟ ପିଛା ୬ ଟଙ୍କା ୨୦ ପଇସା ଦେବାକୁ ହେଉଛି । ଏହା ପ୍ରତ୍ୟେକ ଉପଭୋକ୍ତାଙ୍କ ପାଇଁ ଅତ୍ୟନ୍ତ ଅସହ୍ୟ । ତେଣୁ ଆଜି ଟିଟିଲାଗଡର ପ୍ରଦେଶ କଂଗେସ କମିଟି ଓଡ଼ିଶା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଭାଗୀୟ ନିର୍ବାହୀ ଅଧିକାରୀଙ୍କୁ ଦାବୀପତ୍ର ଦେଇଛନ୍ତି । ଟିଟିଲାଗଡ ପ୍ରଦେଶ କଂଗ୍ରେସ କମିଟିର ସଭାପତି ପ୍ରଭାସ ବହିଦାର, ରାଜ୍ୟ ଯୁବ କଂଗ୍ରେସର ସଭାପତି ବିରେନ୍ଦ୍ର ବାଗଙ୍କ ନେତୃତ୍ୱରେ କଂଗ୍ରେସର ଅନ୍ୟାନ୍ୟ କର୍ମୀ ମାନେ ବିଦ୍ୟୁତ୍ ବିଭାଗର କାର୍ୟ୍ୟନିର୍ବାହୀ ଅଧିକାରୀଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.