୨୪ତମ ବାବା କୁଞ୍ଜବିହାରୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଆମ୍ବେଦକର ଖେଳ ପଡିଆଠାରେ ବ୍ରଦର ଇଲେଭେନ୍‌ ଓ ଡିପି ବ୍ରଦରଙ୍କ ପକ୍ଷରୁ ୨୪ତମ ବାବା କୁଞ୍ଜବିହାରୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଆୟୋଜିତ ଉଦ୍‌ଘାଟନୀ ଦିବସରେ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଫିରୋଜ ଖାଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଖଇରା ସରପଞ୍ଚଙ୍କ ପ୍ରତିନିଧି କଷ୍ଟ ବାଗ, ଲାଳଚନ ପୁଟେଲ, ଜଗଦୀଶ ସୁନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଲିମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମେ ଖଗସା ଦଳ ଟସ ଜିତି ବ୍ୟାଟିଂ କରି ୧୫ ଓଭରରେ ୧୨୫ ରନ କରିଥିଲେ ଜବାବରେ ଟାର୍ଗେଟ ଦେଲା ଧାମନଡ଼ଙ୍ଗା ସମସ୍ତ ବିକେଟ ହରାଇ ୧୧୫ ରନ କରି ପରାସ୍ତ ହୋଇଥିଲା । ବୁଲୁ ଭୋଇ ଧାରା ବିବରଣୀ ପ୍ରଦାନ କରିଥିଲେ । ଅକ୍ଷୟ ବିଶି ଓ ବିଶ୍ୱ ଯାନୀ ଖେଳ ପରିଚାଳନା କରିଥିଲେ । ନରେଶ ବାଗ, ଗଣେଶ ଭୋଇ ସହଯୋଗ କରିଥିଲେ । ଏଥିରେ କ୍ଲବର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.